ଓଡିଶା

ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ଦାନ କଲେ ରାଜ୍ୟପାଳ

(ମହାଭାରତ): ଓଡ଼ିଶାର ରାଜ୍ୟପାଳ ଗଣେଶୀ ଲାଲ ପ୍ରଧାନମନ୍ତ୍ରୀଙ୍କ କେୟାରସ୍‌ ଫଣ୍ଡ୍‌କୁ ୧୩.୨ ଲକ୍ଷ ଟଙ୍କା ଏବଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୧ ଲକ୍ଷ ଟଙ୍କା ଦାନ କରିଛନ୍ତି । ୨୦୨୦ ମାର୍ଚ୍ଚରୁ ୨୦୨୧ ଫେବୃୟାରୀ ପର୍ୟ୍ୟନ୍ତ ନିଜ ଦରମାର ୩୦ ପ୍ରତିଶତ ଦେବାକୁ ସେ ଘୋଷଣା କରିଛନ୍ତି । ଏଥିସହିତ ସେ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସହାୟତା କରିବା ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି। କୋଭିଡ୍‌-୧୯ର ମୁକାବିଲା ପାଇଁ ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଆର୍ଥିକ ସହାୟତା ଯୋଗାଇବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଏହି କ୍ରମରେ ରାଜନେତାଙ୍କଠାରୁ ଆରମ୍ଭ କରି ଶିଳ୍ପପତି, କ୍ରୀଡାବିତ୍‌, ଫିଲ୍ମ ତାରକା, ଜନପ୍ରତିନିଧି, ସାମାଜିକ ସଂଗଠନ ଏବଂ ସାଧାରଣ ଲୋକ ନିଜ ସାମର୍ଥ୍ୟ ଅନୁସାରେ ସହାୟତାର ହାତ ବଢ଼ାଇଛନ୍ତି।

Related posts

ପରୀକୁ ନ୍ୟାୟ ଓ ଶିଶୁ ଅତ୍ୟାଚାର ରୋକିବା ଦାବିରେ ଜିଲ୍ଲା କଂଗ୍ରେସର ଧାରଣା

mahabharatanews

ଚିନ୍ତା ବଢ଼ାଉଛି କରୋନା: ରାଜ୍ୟରେ ୫ ଶହ ପାର

mahabharatanews

ପରିବାରର ୩ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା : ବାପା-ମା’ ମୃତ

mahabharatanews