ଭାରତ

ଦିଲ୍ଲୀ ସଚିବାଳୟକୁ ଯାଇ ପାରିବେ ନାହିଁ କେଜ୍ରିୱାଲ

(ଦିଲ୍ଲୀ) : ମୁଖ୍ୟମନ୍ତ୍ରୀଙ୍କ ଅଫିସ କିମ୍ବା ଦିଲ୍ଲୀ ସଚିବାଳୟକୁ ଯାଇ ପାରିବେ ନାହିଁ କେଜ୍ରିୱାଲ । ଜୁନ୍ ୧ ପର୍ଯ୍ୟନ୍ତ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ମଦନୀତି ଦୁର୍ନୀତି ମାମଲାରେ ଗତ ମାର୍ଚ୍ଚ ୨୧ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେଜ୍ରିୱାଲଙ୍କୁ ଗିରଫ କରିଥିଲା ।

ସୂଚନାନୁଯାୟୀ ,  ତେବେ ଆସନ୍ତା ଜୁନ ୨ରେ ଜେଲ କର୍ତ୍ତୃପକ୍ଷଙ୍କ ପାଖରେ ସରେଣ୍ଡର କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଜୁନ୍ ୧ ଯାଏ ଅରବିନ୍ଦ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ, ଦିଲ୍ଲୀ ମଦ ନୀତି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡ୍ରିଂ ମାମଲାରେ କେଜରିୱାଲଙ୍କ ଜାମିନ୍ ଆବେଦନର ଶୁଣାଣି କରି ଏହି ରାୟ ଦେଇଛନ୍ତି । କୋର୍ଟ, ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଥିଲେ ମଧ୍ୟ ନିର୍ବାଚନୀ ପ୍ରଚାର ନେଇ କୋର୍ଟ କୌଣସି ପ୍ରତିବନ୍ଧକ ଲଗାଇ ନାହାନ୍ତି ବୋଲି କହିଛନ୍ତି କେଜ୍ରିୱାଲଙ୍କ ଓକିଲ ।

Related posts

୬ବର୍ଷର ସମ୍ପର୍କ ତୁଟାଇ ଛାଡପତ୍ର ଦେଲେ ରାପର ରଫତାର

mahabharatanews

ଜି-୨୦ ବୈଠକରୁ ବାଦ ପଡିଲେ ଚୀନ୍‌, ତୁର୍କୀ

mahabharatanews

‘କାଶ୍ମୀର ଫାଇଲ୍ସ’କୁ ନେଇ ରାଜନୀତି ନ କରି ପିଓକେ ଫେରାଇ ଆଣିବାକୁ ଚେଷ୍ଟା କରନ୍ତୁ: ସଞ୍ଜୟ ରାୱତ

mahabharatanews