ଭାରତରାଜନୀତି

‘କାଶ୍ମୀର ଫାଇଲ୍ସ’କୁ ନେଇ ରାଜନୀତି ନ କରି ପିଓକେ ଫେରାଇ ଆଣିବାକୁ ଚେଷ୍ଟା କରନ୍ତୁ: ସଞ୍ଜୟ ରାୱତ

ନୂଆଦିଲ୍ଲୀ: ଫିଲ୍ମ ‘କାଶ୍ମୀର ଫାଇଲ୍ସ’କୁ ନେଇ ଶିବସେନା ଦଳର ନେତା ସଞ୍ଜୟ ରାୱତଙ୍କ ବଡ଼ ବୟାନ ଦେଇଛନ୍ତି। ସେ ନିଜ ବୟାନରେ କହିଛନ୍ତି ଯେ ‘କାଶ୍ମୀର ଫାଇଲ୍ସ’ ଚଳଚ୍ଚିତ୍ରକୁ ନେଇ ରାଜନୀତି କରିବା ପରିବର୍ତ୍ତେ ବିଜେପି ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)କୁ ଭାରତ ସହ ମିଶାଇବାକୁ ଚିନ୍ତା କରିବା ଉଚିତ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଶିବସେନା ଏହାର ପ୍ରତିଷ୍ଠାତା ସ୍ୱର୍ଗତ ବାଲ ଠାକରେଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମକୁ ଟିକସମୁକ୍ତ କରିବା ପାଇଁ କେବେ ମଧ୍ୟ ଦାବି କରିନଥିଲା । କିନ୍ତୁ ବିଜେପି ‘କାଶ୍ମୀର ଫାଇଲ୍ସ’ଫିଲ୍ମକୁ ନେଇ ରାଜନୀତି କରିବା ସହ ଟିକସଛାଡ଼ ପାଇଁ ସବୁ ରାଜ୍ୟକୁ ବାଧ୍ୟ କରୁଛି ।

ସୂଚନା ଅନୁଯାୟୀ, ଶିବସେନାର ରାଜ୍ୟସଭା ସଦସ୍ୟ ସଞ୍ଜୟ ରାୱତ କହିଛନ୍ତି ଯେ, ୨୦୧୯ ମସିହାରେ ବାଲାସାହେବ ଠାକରେଙ୍କ ଜୀବନୀ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ କରିଥିଲୁ। କିନ୍ତୁ ଏହି ଫିଲ୍ମ ଉପରେ ମନୋରଞ୍ଜନ ଟ୍ୟାକ୍ସ ଛାଡ଼ କରିବାକୁ ଆମେ କେବେ ଦାବି ରଖିନାହୁଁ। କିନ୍ତୁ ‘କାଶ୍ମୀର ଫାଇଲ୍ସ’କୁ ନେଇ ସାଧାରଣ ଜନତାଙ୍କ ନିକଟରେ ରାଜନୀତି କରୁଛି ମୋଦି ସରକାର ଯାହାକି ଠିକ୍ କଥା ନୁହେଁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ସେ ପାକିସ୍ତାନ ଅଧିକାର କରିଥିବା ପିଓକେକୁ ଭାରତକୁ ଫେରାଇ ଆଣିବେ । କିନ୍ତୁ ସେଥିପ୍ରତି ଦୃଷ୍ଟି ଦେବା ବଦଳରେ ଫିଲ୍ମକୁ ନେଇ ରାଜନୀତି କରାଯାଉଛି | କାଶ୍ମୀର ପଣ୍ଡିତମାନେ କିଭଳି କାଶ୍ମୀରକୁ ଫେରିବେ ଆପଣ କରିଥିବା ସଂକଳ୍ପକୁ ନେଇ ଆଲୋଚନା କରନ୍ତୁ ବୋଲି ମୋଦିଙ୍କୁ କହିଛନ୍ତି ରାୱତ |

Related posts

ଦେଶରେ ପ୍ରଥମ ଥର ପାଇଁ ୯୦ ଟଙ୍କା ମୁଦ୍ରା 

mahabharatanews

ମୁଖ୍ୟମନ୍ତ୍ରୀଙ୍କ ଝିଅ ବିରୋଧରେ ମାମଲା ରୁଜୁ   

mahabharatanews

ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା ପୂର୍ବରୁ ବଡ ଦାବି କଲେ ମୁସଲିମ ଅଧ୍ୟକ୍ଷ 

mahabharatanews