ଓଡିଶା

‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ

(ଭୁବନେଶ୍ୱର) : ବାଲେଶ୍ଵରରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ ଅଶ୍ବିନ ଚୌବେ । ଏଥିପାଇଁ  ଭୁବନେଶ୍ୱରରେ ପହଞ୍ଚିସାରିଛନ୍ତି ଅଶ୍ବିନ ଚୌବେ । କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବେ ।

ସୂଚନାନୁଯାୟୀ , ଇସ୍ରାଏଲ ଯୁଦ୍ଧ ସମ୍ପର୍କରେ ମଧ୍ୟ ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ଵିନ ଚୌବେ । ଭାରତ ବସୁଧୈବ କୁଟୁମ୍ବକମ ରେ ବିଶ୍ୱାସ କରେ ତେଣୁ ସବୁବେଳେ ସମଗ୍ର ବିଶ୍ୱର ଶାନ୍ତି ଚାହେଁ ବୋଲି ସେ କହିଛନ୍ତି । ମହାବୀର, ବୁଦ୍ଧ ଓ ଶାନ୍ତିର ଉପାସକ ଭାବେ ଲୋକଙ୍କୁ ସଦବୁଦ୍ଧି ମିଳୁ ଏବଂ ବିଶ୍ବରୁ ଆତଙ୍କବାଦ ବିଲୋପ ହେବା ଆବଶ୍ୟକ । ଏଥିପାଇଁ ସମଗ୍ର ବିଶ୍ୱର ଶକ୍ତି ଏକ ହେବା ଆବଶ୍ୟକ ବୋଲି ସେ କହିଛନ୍ତି ।

Related posts

ଯୁବକଙ୍କୁ ଦଳି ଦେଲା ଦନ୍ତା

mahabharatanews

୨୧ରେ ଉପବାଚସ୍ପତି ନିର୍ବାଚନ

mahabharatanews

ଦଙ୍ଗା ସୃଷ୍ଟି କାରିଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ରାଇରଙ୍ଗପୁରରେ ବିଜେପି ତରଫରୁ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା

mahabharatanews