ଭାରତ

ରୁଷ୍‌ ଅଧିକୃତ ସହର ଉପରେ ୟୁକ୍ରେନର ଆକ୍ରମଣ

(ରୁଷ୍‌) : ରୁଷ୍‌ ଅଧିକୃତ ଏକ ସହର ଉପରେ ଆଜି ସକାଳେ ୟୁକ୍ରେନ୍‌ ଆକ୍ରମଣ କରିଛି। ଏଥିରେ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ରୁଷ୍‌ ସେନାର ବରିଷ୍ଠ ଅଧିକାରୀ ୟେଭେଗ୍ନି ବାଲ୍‌ଟ୍‌ସ୍କି ଏନେଇ‌ ସାମାଜିକ ଗଣମାଧ୍ୟମରେ ସୂଚିତ କରିଛନ୍ତି।

ସେ କହିଛନ୍ତି, ଶୁକ୍ରବାର ରାତିରୁ ‌ରୁଷ୍‌ ସେନାବାହିନୀ ଅବସ୍ଥିତ ଥିବା ଟୋକ୍‌ମାକ୍‌ ସହର ଓ ୟୁକ୍ରେନ୍‌ର ଦକ୍ଷିଣପ୍ରାନ୍ତର ଅଧିକୃତ ଜାପୋରି ଝିଆରେ ୟୁକ୍ରେନ୍‌ ପକ୍ଷରୁ ବୋମାମାଡ଼ ହୋଇଛି। ଏଥିରେ ୨୦ଜଣ ଆହତ‌ ହୋଇଥିବା ବେଳେ ୧୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ରବିବାର ଜାପୋରିଝାଝିଆରେ ହୋଇଥିବା ‌ବୋମାମାଡ଼ରେ ୧୬ଜଣଙ୍କ ମୃତ୍ୟୁ ଘଟିଛି। ଏହି ଆକ୍ରମଣର ଭୟାନକ ଜବାବ ମିଳିବ ବୋଲି ରୁଷ୍‌ ଘୋଷଣା କରିଥିବାରୁ ୟୁକ୍ରେନ୍‌ ସୀମାବର୍ତ୍ତୀ ଅଂଚଳରେ ଆତଙ୍କ ଖେଳିଯାଇଛି।

Related posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହାୟତା ଲୋଡ଼ିଲା ୟୁକ୍ରେନ୍

mahabharatanews

ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂ ବାଦଲଙ୍କୁ ଗୁଳିମାଡ, ଦୁର୍ବୃତ୍ତ ଗିରଫ

mahabharatanews

ସଂସଦରେ ଦରବୃଦ୍ଧି ପ୍ରତିବାଦ: ୧୯ ରାଜ୍ୟସଭା ସାଂସଦ ନିଲମ୍ବିତ

mahabharatanews