ଅପରାଧଓଡିଶା

ରାଜଧାନୀରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ର୍ଦୁବୃତ୍ତ

ଭୁବନେଶ୍ୱର: ଦିନକୁ ଦିନ ଅସୁରକ୍ଷିତ ହେଉଛି ରାଜଧାନୀ ଭୁବନେଶ୍ୱର । ସ୍ମାର୍ଟ ସିଟି ଘୋଷଣା ହେବା ପରେ ମଧ୍ୟ ରାଜଧାନୀରେ ଅପରାଧ ନିୟନ୍ତ୍ରଣ ହୋଇପାରୁନି । ରାଜଧାନୀରେ ବାରମ୍ବାର ଖଣ୍ଡା ବୁଲିବା ନେଇ ଏବେ ପୁଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଆଜି ସକାଳୁ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଥିବା ଜଣାପଡିଛି । ଭୁବନେଶ୍ୱର ଭୀମଟାଙ୍ଗି ଅଂଚଳରେ ବୁଲିଲା ଖଣ୍ଡା । ସରୋଜ ତ୍ରିପାଠୀ ନାମକ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଆକ୍ରମଣର ଶିକାର ହୋଇଥିବା ଯୁବକ ଭୁବନେଶ୍ୱର ଭୀମଟାଙ୍ଗି ଅଂଚଳର ବୋଲି ଜଣାପଡିଛି । ଗୁରୁତର ଅବସ୍ଥାରେ ସରୋଜଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି । ଆଜି ସକାଳ ସାଢ଼େ ୭ଟାରେ ସର୍ବ ସମ୍ମୁଖରେ ଘଟିଛି ଏଭଳି ଘଟଣା । ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା କୁହାଯାଉଥିବା ବେଳେ ହୋଲି ସମୟରେ ଗଣ୍ଡଗୋଳ କୁ କେନ୍ଦ୍ରକରୀ ଏହି ଆକ୍ରମଣ ହୋଇଛି । ଘଟଣା ସ୍ଥଳରେ ଏୟାରଫିଲଡ଼ ଥାନା ପୋଲିସର ତଦନ୍ତ ଜାରି ।

Related posts

ଦୁର୍ଘଟଣାରେ ଜଳିଗଲା ଟ୍ରଲର, ଚାଲିଗଲା ୨ଜୀବନ

mahabharatanews

ଇଣ୍ଡିଆ ଵୁକ ଅଫ ରେକର୍ଡରେ ସ୍ଥାନ ପାଇଛି ୫୦ ଫୁଟ ଲମ୍ବର ହକି ଵିଶ୍ଵ କପ ଟ୍ରଫି

mahabharatanews

କାଇଁଝରି ଡ୍ୟାମରେ ଶହଶହ ମଲା କୁକୁଡା ଭାସିବାକୁ ନେଇ ଲୋକେ ଆତଙ୍କିତ

mahabharatanews