Uncategorized

କିରାଣୀକୁ ଗୋଡ଼ାଇ ହାଣିଲେ ଯୁବକ

(ପ୍ରିୟଦର୍ଶନୀ ସ୍ୱାଇଁ): ଗଞ୍ଜାମ ଜିଲ୍ଲା କେ ନୁଆଗାଁ ଥାନା ଅଞ୍ଚଳରେ ମହାବିଦ୍ୟାଳୟ କର୍ମଚାରୀଙ୍କୂ ଗୋଡ଼ାଇ ହାଣିବା ଘଟଣା ଏବେ ସେହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଲାଇ ଦେଇଛି । ତେବେ ଶିବାନନ୍ଦ ମହାବିଦ୍ୟାଳୟରେ କିରାଣୀଭାବେ କାମ କରୁଥିବା ନିରାକାର ପ୍ରଧାନ ସବୁ ଦିନ ଭଳି ଆଜି ବି ସକାଳ ୧୦ଟା ସମୟରେ ଘରୁ ବାହାରିଥିଲେ। ହଠାତ ରାସ୍ତାରେ ସେହି ଗ୍ର୍ରାମର ୩ଜଣ ଯୁବକ ନିରାକାର ଉପରେ ଅଚାନକ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଫଳରେ ନିରାକାର ପ୍ରଧାନଙ୍କ ବାମ ଏବଂ ଡାହାଣ ହାତରେ ଗଭୀର ଆଘାତ ଲାଗିଛି। ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବ୍ରହ୍ମପୁରର ଏମକେସିଜିରେ ଭର୍ତ୍ତି କରାଯାଇଥିଲା। ଏନେଇ ଏପଯ୍ୟର୍ନ୍ତ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନାହିଁ। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି କାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

Related posts

ଗଗନଯାନ ମିଶନ ମହାକାଶଚାରୀଙ୍କ ପାଇଁ ଡିଆରଡିଓର ସ୍ୱତନ୍ତ୍ର ଖାଦ୍ୟ ବ୍ୟବସ୍ଥା

mahabharatanews

ଦଳ ହିତଠୁ ଉଚ୍ଚରେ ଦେଶ ହିତ: ପ୍ରଧାନମନ୍ତ୍ରୀ

mahabharatanews

ପିଏମ୍ କେୟାର ଫଣ୍ଡକୁ ୩୩ କୋଟି ଦେଲେ ବିଏସଏଫ ଯବାନ

mahabharatanews