ଓଡିଶା

ଆରକ୍ଷୀ ଅଧିକ୍ଷକଙ୍କ ଜିଲ୍ଲା ମୁଖ୍ୟାଳୟ ପରିଦର୍ଶନ

(ମହାଭାରତ /ସୁବର୍ଣ୍ଣପୁର): ସୁବର୍ଣ୍ଣପୁର ଜିଲ୍ଲାର ଅ ।ରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ ଗତକାଲି ରାତି ୮ଟା ସମୟରେ ଅ·ନକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ଯାଇଥିଲେ । ଡାକ୍ତରମାନଙ୍କ ସହ କଥାବାର୍ତ୍ତା ହୋଇ ରୋଗୀ ସେବା ଠିକ ହିସାବରେ ହେଉଛି କି ନାହିଁ ଯାଞ୍ଚ କରିଛନ୍ତି । ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ୱାର୍ଡ ବୁଲି ଦେଖିଥିଲେ । ରୋଗୀ ମାନଙ୍କୁ ପ·ରି ବୁଝିବା ସହ ମାଗଣା ଓଷଧ ଦେଉଥିବା ସ୍ଥାନକୁ ଯାଇ ରୋଗୀ ଙ୍କୁ ଦଲାଲ ପ୍ରଭାବିତ କରୁଛନ୍ତି କି ନାହିଁ ପ·ରି ବୁଝିଥିଲେ । କୌଣସି ଦଲାଲ ବା ମଧ୍ୟସ୍ଥି ହଇରାଣ ହରକତ କଲେ ଜିଲ୍ଲା ପୋଲିସର ସହାୟତା ନମ୍ବର ୧୦୦ ରେ କିମ୍ବା ସ୍ଥାନୀୟ ପୋଲିସକୁ ସୂଚନା ଦେବାକୁ ରୋଗୀ ମାନଙ୍କୁ କହିଛନ୍ତି । ଆରକ୍ଷୀ ଅଧିକ୍ଷକଙ୍କ ଏହି ପରିଦର୍ଶନ ଦେଖି ରୋଗୀ ମହଲରେ ଖୁସି ଦେଖିବାକୁ ମଳିଥିବା ବେଳେ ହସ୍ପିଟାଲ କର୍ମଚାରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା ।

Related posts

ବିପଦ ସଙ୍କେତ ଉପରେ ବୈତରଣୀ ନଦୀ, ଚିନ୍ତାରେ ତଳିଆ ଅଞ୍ଚଳ ଲୋକେ

mahabharatanews

 ବଡ଼ଦିନରେ ଖୋଲିବ ନନ୍ଦନକାନନ 

mahabharatanews

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ

mahabharatanews