ନୂଆଦିଲ୍ଲୀ: ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତ୍ମନିର୍ଭରଶୀଳ ଭାରତ ଅଭିଯାନ କ୍ରମରେ ଘରୋଇ କ୍ଷେତ୍ର ପାଇଁ ୪୧ କୋଇଲା ଖଣିର ନିଲାମ ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି। ଦେଶବାଦୀଙ୍କୁ ଉଦବୋଧନ ଦେବା ଅବସରରେ ମୋଦୀ କହିଛନ୍ତି, ବିପର୍ୟ୍ୟୟ ସମୟରେ ଆଖିରୁ ଲୁହ ବୁହାଇବା ଭାରତର ପ୍ରକୃତି ନୁହେଁ। ଆମେ ଏହି କରୋନା ସଙ୍କଟକୁ ଅବସରରେସୁଯୋଗରେ ପରିବର୍ତ୍ତନ କରିବୁ । ଭାରତ କରୋନା ସହିତ ଲଢି ଆଗକୁ ବଢ଼ିବ। ଏହି ସଙ୍କଟ ଭାରତକୁ ଆତ୍ମନିର୍ଭରଶୀଳ ହେବାର ଶିକ୍ଷା ଦେଇଛି।
ଆତ୍ମନିର୍ଭର ଭାରତ ଆମଦାନୀ ଉପରେ ନିଜର ନିର୍ଭରଶୀଳତାକୁ କମ୍ କରିବ। ଭାରତ ଆମଦାନୀ ଖର୍ଚ୍ଚ ଉପରେ ହେବାକୁ ଥିବା ଲକ୍ଷ ଲକ୍ଷ କୋଟି ଟଙ୍କାର ବିଦେଶୀ ମୁଦ୍ରାକୁ ସଞ୍ଚୟ କରିବ। ଆମେ ସ୍ୱାବଲମ୍ବି ହେଲେ ଭାରତକୁ ଆମଦାନୀ କରିବାକୁ ପଡ଼ିବ ନାହିଁ। ଏଥିପାଇଁ ଦେଶରେ ହିଁ ଆବଶ୍ୟକ ଉତ୍ସଗୁଡ଼ିକର ବିକଶିତ କରାଯିବବୋଲି ମୋଦି କହିଛନ୍ତି ।
ଆଜି ଶକ୍ତି କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ଲାଗି ଏକ ବଡ଼ ପଦକ୍ଷେପ ନିଆଯାଉଛି। ଆଜି ଆମେ କେବଳ ଘରୋଇ କ୍ଷେତ୍ର ପାଇଁ କୋଇଲା ଖଣି ନିଲାମର ଶୁଭାରମ୍ଭ କରୁନାହୁଁ, ବରଂ କୋଇଲା କ୍ଷେତ୍ରକୁ ଲକ୍ଡାଉନରୁ ବାହାରକୁ ବାହାର କରୁଛୁ। ଖଣିଜ କ୍ଷେତ୍ର ବିନା ଭାରତ ଆତ୍ମନିର୍ଭରଶୀଳ ହେବା ସମ୍ଭବ ନୁହେଁ। କାରଣ ଖଣିଜ ଏବଂ ଖନନ ଆମ ଅର୍ଥ ବ୍ୟବସ୍ଥାର ମଜଭୁତ ସ୍ତମ୍ଭ। ଦେଶରେ ୧୬ ଏପରି ଜିଲା ରହିଛି, ଯେଉଁଠି କୋଇଲାର ବଡ଼ ବଡ଼ ଭଣ୍ଡାର ଅଛି। ଏହାର ଫାଇଦା ସେଠାକାର ଲୋକଙ୍କୁ ଯେତିକି ମିଳିବା କଥା ସେତିକି ମିଳୁନାହିଁ ବୋଲି ମୋଦି କହିଛନ୍ତି।
previous post