ଓଡିଶା

ଅଟୋ ଦୁର୍ଘଟଣାରେ ୬ ଗୁରୁତର ଆହତ

(ମହାଭାରତ, ହରଭଙ୍ଗା): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ୫୭ ନମ୍ବର ଜାତୀୟ ରାଜପଥ ନିକଟରେ ଭାରସାମ୍ୟ ହରାଇ ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଗାଡିରେ ଥିବା ୬ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ବୁଧବାର ସକାଳେ ଏହି ରାଜପଥ ଦେଇ ଆଡେଣିଗଡ ପଟୁ ଏକ ଯାତ୍ରୀବାହୀ ଅଟୋ ୬ ଜଣ ଯାତ୍ରୀଙ୍କୁ ନେଇ ଚାରିଛକ ଯାଉଥିଲା । ଏହି ସମୟରେ ମାର୍ଦ୍ଦାଙ୍ଗ ନିକଟରେ ଅଟୋଟି ଭାରସାମ୍ୟ ହରାଇ ଏକ ନାଳ ଭିତରକୁ ପଡି ଯାଇଥିଲା । ଫଳରେ ଅଟୋରେ ଥିବା ସମସ୍ତ ଯାତ୍ରୀ ଗୁରୁତର ଆହତ ହୋଇଥିଲେ । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

Related posts

ଜୁଲାଇ ୧ରୁ ସମସ୍ତ ସରକାରୀ କର୍ମଚାରୀଙ୍କୁ ଅଫିସ ଆସିବାକୁ ହେବ

mahabharatanews

ବଢୁଛି ତାତି; ତାଳଚେରରେ ସର୍ବାଧିକ ତାପମାତ୍ରା ରେକର୍ଡ 

mahabharatanews

ସେପ୍ଟେମ୍ବର ୫ରେ ବର୍ଷା-ଅନୁଭବ ମାମଲାର ପରବର୍ତ୍ତୀ ଶୁଣାଣି

mahabharatanews