ମନୋରଞ୍ଜନ

ୱାହିଦାଙ୍କୁ ସମ୍ମାନଜନକ ଦାଦା ସାହେବ ଫାଲକେ ପୁରସ୍କାର

(ଦିଲ୍ଲୀ) :  ଅଭିନେତ୍ରୀ ୱାହିଦାଙ୍କୁ ସମ୍ମାନଜନକ ଦାଦା ସାହେବ ଫାଲକେ ପୁରସ୍କାର । ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅତିଥିଭାବେ ଯୋଗଦେଇ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି।

ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଥିଲେ ୱାହିଦା ରେହମାନ ମହିଳା ସଶକ୍ତୀକରଣ କ୍ଷେତ୍ରରେ ମହିଳାମାନଙ୍କ ପାଇଁ ଏକ ଆଲୋକବର୍ତ୍ତିକା। ଏହି ପୁରସ୍କାର ପ୍ରଦାନ ସମାରୋହରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର, କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍‌. ମୁରୁଗନ, ବିଭାଗୀୟ ସଚିବ ଅପୂର୍ବ ଚନ୍ଦ୍ରାଙ୍କ ସମେତ ବିଚାରକ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦେଇଥିଲେ।

Related posts

କ୍ୟାଟ୍ରିନାଙ୍କ ସହ ଫିଲ୍ମ ‘ଟାଇଗର ୪’ ଘୋଷଣା

mahabharatanews

ଲଗାତାର ରାଜନେତାଙ୍କୁ ଭୋଟୁଛନ୍ତି ଗୋବିନ୍ଦା

mahabharatanews

ଭାଇରଲ ହେଲା ହ୍ରିତିକ ରୋଶନ ଓ ପ୍ରେମିକା ସବାଙ୍କ ଫୋଟୋ

mahabharatanews