ଅପରାଧଭାରତ

ବୀରଭୂମ ହିଂସା: ପୁଣି ଜଣେ ଟିଏମସି ନେତାଙ୍କୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ: ଥମିବାର ନାଁ ନେଉନାହିଁ ବୀରଭୂମ ହିଂସା। ବୀରଭୂମରେ ପ୍ରାୟ ୧୦ ଜଣଙ୍କୁ ଜୀବନ୍ତ ଦଗ୍ଧ କରିବା ଘଟଣା ସମସ୍ତ ଦେଶବାସୀଙ୍କୁ ନିର୍ବାକ କରିଥିବା ସମୟରେ ବର୍ତ୍ତମାନ ନାଦିଆ ଜିଲ୍ଲାରେ ଆଉ ଜଣେ ଟିଏମସି ନେତାଙ୍କୁ ନିର୍ମମ ଭାବେ ଗୁଳି କରି ହତ୍ୟା କରାଯାଇଛି।

ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ବୀରଭୂମରେ ଟିଏମସିର ଜଣେ ପଞ୍ଚାୟତ ନେତାଙ୍କୁ ହତ୍ୟା କରାଯାଇଥିଲା। ତେବେ ଉକ୍ତ ବ୍ୟକ୍ତି ଜଣଙ୍କ ନାମ ସହଦେବ ମଣ୍ଡଳ ବୋଲି ସୂଚନା ମିଳିଛି । ବୁଧବାର ଦିନ ବିଳମ୍ବିତ ରାତିରେ ସ୍ଥାନୀୟ ଲୋକମାନେ ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତାରେ ପଡ଼ିଥିବାର ଦେଖିବାକୁ ପାଇଥିଲେ। ଲୋକମାନେ ସଙ୍ଗେ ସଙ୍ଗେ ତାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ । ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଯିବାରୁ ତାଙ୍କୁ ଶକ୍ତି ନାଗରର କୃଷ୍ଣନଗର ଡାକ୍ତରଖାନାକୁ ପଠାଯାଇଥିଲା ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଅନ୍ୟପକ୍ଷେ ସହଦେବଙ୍କ ପତ୍ନୀ ଅନିମା ମଣ୍ଡଳ ବାଗୁଲା ଗ୍ରାମ ପଞ୍ଚାୟତ ୨ ନମ୍ବରର ଜଣେ ସଦସ୍ୟ ।

ସୂଚନା ଥାଉ କି, ଏହି ହିଂସାକାଣ୍ଡ ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୨ ଜଣଙ୍କୁ ଗିରଫ କରାଯାଇ ସାରିଛି । ମାର୍ଚ୍ଚ ୨୧ ତାରିଖରେ ସମ୍ପୂର୍ଣ୍ଣ ଜିଲ୍ଲାରେ ହିଂସାମୟ ବାତାବରଣ ଆରମ୍ଭ ହୋଇଥିଲା। । କିଛି ଦିନ ପୂର୍ବରୁ ବୀରଭୂମରେ ପ୍ରାୟ ୧୦ ଜଣଙ୍କୁ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁ ବରଣ କରିଥିଲେ। ଏହା ବ୍ୟତୀତ ବହୁ ସଂଖ୍ୟକ ଲୋକ ଆହତ ମଧ୍ୟ ହୋଇଥିଲେ।

Related posts

ନାମାଙ୍କନପତ୍ର ଭରିଲେ କହ୍ନେୟା କୁମାର

mahabharatanews

ସଭାପତି ପଦର ଦାୟୀତ୍ୱ ନେଲେ ଖଡଗେ

mahabharatanews

ଦେଶରେ ଦିନକରେ ୨,୦୭୫ କରୋନା ସଂକ୍ରମିତ ଚିହ୍ନଟ ଓ ୭୧ ମୃତ

mahabharatanews