ଭାରତ

ଆଜି ସାରା ଦେଶ ପାଳୁଛି ୭୬ତମ ସ୍ୱାଧୀନତା ଦିବସ

ନୂଆଦିଲ୍ଲୀ : ଆଜି ସାରା ଦେଶ ପାଳୁଛି ୭୬ତମ ସ୍ୱାଧୀନତା ଦିବସ। ସ୍ୱାଧୀନତା ଦିବସ ପାଇଁ ସାରା ଦେଶ ଉତ୍ସବ ମୁଖର। ଦିଲ୍ଲୀରୁ ପଲ୍ଲୀ ସବୁଠି ଆନନ୍ଦ ଉଲ୍ଲାସ। ନୂଆଦିଲ୍ଲୀରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଲାଲକିଲ୍ଲାରୁ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏପଟେ ହାଇଆଲର୍ଟରେ ଦିଲ୍ଲୀ। ଅଭେଦ୍ୟ ସୁରକ୍ଷାଗଡ଼ରେ ଲାଲକିଲ୍ଲା। ପୁରା ଅଞ୍ଚଳ ଜଗିବାକୁ ୪ଶହ ସିସିଟିଭି କ୍ୟାମେରା ଲଗାଯାଇଛି।

ଲାଲକିଲ୍ଲାର ୫କିମି ପରିଧି ଅଞ୍ଚଳକୁ ନୋ ଫ୍ଲାଇଂ ଜୋନ ଘୋଷଣା କରାଯାଇଛି। ଡିଆରଡିଓର କାଉଣ୍ଟର ଡ୍ରୋନ ସିଷ୍ଟମ ସହ ଅନ୍ୟ ସୁରକ୍ଷା ବ୍ୟବସ୍ଥା ଦିଲ୍ଲୀରେ ମୁତୟନ ହୋଇଛି। ଲାଲ୍‌କିଲ୍ଲାରେ ପ୍ରାୟ ୧୦ହଜାର ପୋଲିସ ମୁତୟନ ଅଛନ୍ତି। ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ଶେଷ ନହେବା ପର୍ଯ୍ୟନ୍ତ ଦିଲ୍ଲୀରେ ଗୁଡ଼ି ଉଡ଼ାଇବା ଓ ବେଲୁନ ଉଡ଼ାଇବା ଉପରେ କଟକଣା ଜାରି ହୋଇଛି। ଦିଲ୍ଲୀର ସମସ୍ତ ୮ଟି ସୀମା ସହ ସହର ବ୍ୟସ୍ତବହୁଳ ବଜାରରେ ସୁରକ୍ଷା ଓ ସତର୍କତା କଡ଼ାକଡ଼ି କରାଯାଇଛି।

Related posts

କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ଦମଦାର ବିଜୟ

mahabharatanews

ଆଜି ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

mahabharatanews

 ସ୍ମାରକ ଡାକ ଷ୍ଟାମ୍ପ ଉନ୍ମୋଚନ

mahabharatanews