ଅପରାଧଓଡିଶା

ବସରୁ ଦୁଇ ମିନିଟ୍ ପାଇଁ ତଳକୁ ଓହ୍ଲାଇଲେ : ଗାଏବ ହୋଇଗଲା ୧୭ କିଲୋ ରୁପା, ୫ ଲକ୍ଷ ଟଙ୍କା

ଖଲ୍ଲିକୋଟ: ଚା’ ପିଇବା ପାଇଁ ବସରୁ ୨ ମିନିଟ୍ ପାଇଁ ବସରୁ ଓହ୍ଲାଇଥିଲେ ବ୍ୟବସାୟୀ । ଆଉ ସେତିକିରେ ଟଙ୍କା ଓ ରୁପା ଭର୍ତ୍ତି ବ୍ୟାଗ୍ ଗାୟବ ହୋଇଯାଇଛି । ବ୍ରହ୍ମପୁରରୁ କୋଲକାତା ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସରେ ଜଣେ ବ୍ୟବସାୟୀ ଏପରି ଲୁଟର ଶିକାର ହୋଇଛନ୍ତି । ଘଟଣା ଜଣାପଡ଼ିବା ପରେ ଖଲ୍ଲିକୋଟ ଥାନା ଭେଜିପୁଟ ଟୋଲ୍ଗେଟ ନିକଟରେ ବସ୍ ରଖି ପୁଲିସ ଘଟଣାର ଅନୁସଂଧାନ ଆରମ୍ଭ କରିଛି ।

କୋଲକାତାର ରୂପା ବ୍ୟବସାୟୀ ମିଥୁନ ମଣ୍ଡଳ ବ୍ରହ୍ମପୁରରୁ ବ୍ୟବସାୟ ସାରି ଏକ ଘରୋଇ ବସରେ ଗତକାଲି ରାତିରେ କୋଲକାତା ଫେରୁଥିଲେ। ତେବେ ଯାତ୍ରୀଙ୍କ ଜଳଖିଆ ପାଇଁ ଖଲ୍ଲିକୋଟ ଥାନା ୧୬ ନମ୍ୱର ଜାତୀୟ ରାଜପଥ ଥିବା ଭେଜିପୁଟ ଫାଣ୍ଡି ନିକଟରେ ବସଟି ଅଟକିଥିଲା।

ସେତିକି ବେଳେ ମିଥୁନ୍ ନିଜ ସ୍ଲିପର ସିଟରେ ଫାଇନ୍ ରୂପାଓ ଟଙ୍କା ଥିବା ଦୁଇଟି ବ୍ୟାଗ୍ ରଖି ଚା’ ପିଇବାକୁ ତଳକୁ ଓହ୍ଲାଇ ଯାଇଥିଲେ। ସେହି ସମୟରେ ଲୁଟେରାମାନେ ରୁପା ଓ ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଛି।

Related posts

ନାବାଳକଙ୍କୁ ହତ୍ୟା ଘଟଣାରେ ୪ ଗିରଫ

mahabharatanews

ଉଦ୍ଘାଟିତ ହେଲା ଓଡିଶାର ପ୍ରଥମ ସ୍ୱତନ୍ତ୍ର ଅଣ୍ଡା ଷ୍ଟୋର୍, ଓଭୋ ଫାର୍ମର କେନଙ୍କୋ ଏଗଷ୍ଟ୍ରା

mahabharatanews

ସ୍କୁଲରେ କୋଭିଡ ନିୟମ କଡା କରିବାକୁ ନିର୍ଦ୍ଦେଶ

mahabharatanews