ଭାରତ

କମଳା ହାରିସ୍ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଉପରାଷ୍ଟ୍ରପତି କମଳା ହାରିସ୍ ଆନୁଷ୍ଠାନିକ ଭାବେ ରାଷ୍ଟ୍ରପତି ପ୍ରାର୍ଥୀ ହେବା ନେଇ ଘୋଷଣା କରିଛନ୍ତି। ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସୂଚନା ଦେଇଛନ୍ତି କମଳା । ଏଥିସହ ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ସେ ନିଶ୍ଚୟ ବିଜୟ ଲାଭ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି କମଳା । କମଳା ହାରିସ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇ କହିଛନ୍ତି ଯେ, ଆଜି ମୁଁ ରାଷ୍ଟ୍ରପତି ପଦ ପାଇଁ ମୋର ପ୍ରାର୍ଥୀ ଘୋଷଣା କରି ଫର୍ମରେ ଦସ୍ତଖତ କରିଛି। ପ୍ରତ୍ୟେକ ଭୋଟ୍ ପାଇବା ପାଇଁ ମୁଁ କଠିନ ପରିଶ୍ରମ କରିବି ଏବଂ ନଭେମ୍ବରରେ ଆମେ ନିଶ୍ଚିନ୍ତ ଜିତିବୁ ବୋଲି କହିଛନ୍ତି କମଳା । ଏବେ ଆମେରିକା ଉପ-ରାଷ୍ଟ୍ରପତି ଅଛନ୍ତି କମଳା । ବିଡେନ ରାଷ୍ଟ୍ରପତି ଦୌଡ଼ରୁ ଓହରିବା ପରେ କମଳା ବର୍ତ୍ତମାନ ପ୍ରାର୍ଥୀ ହୋଇଛନ୍ତି । କମଳାଙ୍କ ରାଷ୍ଟ୍ରପତି ପ୍ରାର୍ଥୀତ୍ୱକୁ ଜୋ ବାଇଡେନଙ୍କ ସମେତ ଡେମୋକ୍ରାଟିକ ପାର୍ଟିର ଅନେକ ବଡ଼ ବଡ଼ ନେତା ସମର୍ଥନ କରୁଛନ୍ତି । ପୂର୍ବତନ ରାଷ୍ଟ୍ରପତି ଓବାମାଙ୍କ ଠାରୁ ଆରମ୍ଭ ପୂର୍ବତନ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିସ୍ ନାନ୍ସି ପେଲୋସୀ ମଧ୍ୟ ତାଙ୍କୁ ସମର୍ଥନ କରୁଛନ୍ତି । ବାଇଡେନ ପ୍ରାର୍ଥୀ ଦୌଡ଼ରୁ ଓହରିଯିବା ପରେ ସେ କମଳାଙ୍କୁ ସମର୍ଥନ କରିଥିଲେ ।

 

Related posts

‘ଜି୨୦’ ବୈଠକକୁ ବିରୋଧ କଲା ଚୀନ

mahabharatanews

ଅକ୍ଟୋବରରୁ ଭାରତରେ ୫ଜି ସେବା

mahabharatanews

‘ସେଲା ଟନେଲ’କୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

mahabharatanews