ଓଡିଶା

ଆରମ୍ଭ ହେଲା ଛେରା ପହଁରା 

(ପୁରୀ) : ନବମୀ ଦିନ ମା ମାଉସୀ ଘରେ ଶାନ୍ତି ରେ ବିତେଇଛନ୍ତି ଶ୍ରୀଜିଉ । ଜନ୍ମବେଦୀରେ ଲୀଳାଖେଳା ସାରି ଆଜି ସିଂହଦ୍ୱାରକୁ ବାହୁଡ଼ିବେ ମହାପ୍ରଭୁ ।  ଅପରାହ୍ନ ୪ଟାରେ ରଥଟଣା ହେବ । ଏଥି ଲାଗି ଆଡ଼ପମଣ୍ଡପରେ ବନ୍ଧା ସରିଲାଣି ଚାରମାଳ। ମହାପ୍ରଭୁଙ୍କ ବାହୁଡ଼ା ପର୍ବ ଦେଖିବାକୁ ଶରଧାବାଲିରେ ପହଞ୍ଚିଛନ୍ତି ଲକ୍ଷ ଲକ୍ଷ ଭକ୍ତ। ଆହରି ମଧ୍ୟରେ ପୂର୍ବନିର୍ଦ୍ଧାରିତ ସମୟାନୁଯାୟୀ ଛେରା ପହଁରା ଆରମ୍ଭ ହୋଇଛି  ।

ସୂଚନାନୁଯାୟୀ ,  ବାଟରେ ମାଉସୀ ମା’ଙ୍କ ହାତରୁ ପୋଡ଼ପିଠା ଖାଇ , ଲକ୍ଷଲକ୍ଷ ଆର୍ତ୍ତିଙ୍କ ଆରତ ଦୂର କରି ମହାବାହୁ ବାହୁଡ଼ିବେ ।ମହାପ୍ରଭୁଙ୍କୁ ଶୀଘ୍ର ବାହୁଡ଼େଇ ନେବା ପାଇଁ ଚାଲିଛି ସଅଳ ନୀତିକାନ୍ତି । ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ଆଗରେ ଶ୍ରୀଜିଉମାନଙ୍କ ଅପେକ୍ଷାରେ ଦଣ୍ଡାୟମାନ ରହିଛି ତିନିରଥ । ଶ୍ରୀମନ୍ଦିର ପ୍ରଶାସନର ନୀତିନିର୍ଘଣ୍ଟ ଅନୁସାରେ ଆଜି ମଙ୍ଗଳାର୍ପଣ ସରିବା ପରେ ମଧ୍ୟାହ୍ନ 12 ଟାରୁ ଅପରାହ୍ନ 2.30 ମଧ୍ୟରେ ବାହୁଡ଼ା ପହଣ୍ଡି କରାଯିବ । ଗୁଣ୍ଡିଚା ଯାତ୍ରା ଭଳି ବାହୁଡ଼ାରେ ବି ଧାଡ଼ି ପହଣ୍ଡିରେ ତିନିଠାକୁର ରଥାରୁଢ଼ ହେବେ ।

Related posts

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

mahabharatanews

ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

mahabharatanews

ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ଦାନ କଲେ ରାଜ୍ୟପାଳ

mahabharatanews