ଓଡିଶା

ବାଇଶି ପାହାଚର ହେବ ମରାମତି

ପୁରୀ: ବିଶ୍ୱ ପ୍ରସିଦ୍ଧ ପୁରୀର ଶ୍ରୀମନ୍ଦିରର ବାଇଶି ପାହାଚର ମରାମତି ପାଇଁ ହୋଇଛି ନିଷ୍ପତ୍ତି । ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ବାଇଶି ପାହାଚର ଅନୁଧ୍ୟାନ ପରେ ଏହି ନିଷ୍ପତ୍ତି ନିଆଯାଇଛି । ପ୍ରତ୍ନତତ୍ତ୍ୱ ବିଭାଗର ଟିମ ଅନୁଧ୍ୟାନ କରିବା ବେଳେ ପାହାଚର ଦୁର୍ବଳ ପଥରକୁ ଚିହ୍ନଟ କରିଛନ୍ତି । ବାଇଶି ପାହାଚର ମରାମତି କରାଯିବାବେଳେ ଆବଶ୍ୟକ ପଡ଼ିଲେ ଦୁର୍ବଳ ପଥରକୁ ପରିବର୍ତ୍ତନ କରାଯିବାକୁ ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଉତ୍ତର ଓ ପଶ୍ଚିମ ଦ୍ୱାର ପଟ ପାହାଚର ମରାମତି କରାଯାଇଛି । ଅନ୍ୟପକ୍ଷରେ ପ୍ରତ୍ନତତ୍ତ୍ୱ ବିଭାଗର ଟିମ ମହାଲକ୍ଷ୍ମୀ ଓ ବିମଳାଙ୍କ ମନ୍ଦିର ମଧ୍ୟ ଅନୁଧ୍ୟାନ କରିଛନ୍ତି ।

Related posts

କରୋନା-୧୯ ଲଢେଇ ଅଭିଯାନରେ ଏନଟିପିସି, କଣିହାଁ ସାମିଲ

mahabharatanews

ଜନ୍ମଦିନ ରେ ରକ୍ତଦାନ ଶିବିର

mahabharatanews

ବାଣ ବିସ୍ଫୋରଣ ଘଟଣା; ମୃତକ ପରିବାରଙ୍କ ପାଇଁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

mahabharatanews