ଓଡିଶା

ବିପଦ ସଙ୍କେତରେ ବୈତରଣୀ, ଭୟବିତ ସ୍ଥାନୀୟ ଲୋକେ

   (ବୈତରଣୀ) : ଉପର ମୁଣ୍ଡରେ ଲଗାଣ ବର୍ଷା ହେତୁ ବୈତରଣୀରେ ବନ୍ୟା ପାଣି ଫୁଲିବାରେ ଲାଗିଛି ।  ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ନଦୀ । ଉପର ମୁଣ୍ଡରେ ବର୍ଷା ହେବା ଫଳରେ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଭଦ୍ରକ ଜିଲ୍ଲା ଆଖୁଆପଡ଼ାରେ ବିପଦ ସଙ୍କେତ ଟପିଛି ବୈତରଣୀ । ଯାହାଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ବର୍ତ୍ତମାନ ସୁଦ୍ଧା ଆଖୁଆପଦାଠାରେ ବିପଦ ସଂକେତ ଉପରେ ଜଳ ପ୍ରବାହିତ ହେଉଛି । ଗତକାଲି ଦଶରଥପୁର ବ୍ଲକ୍ କମାରଢିହି ପଞ୍ଚାୟତ ଅନ୍ତର୍ଗତ ବଳରାମପୁର ନିକଟରେ ବୈତରଣୀ ନଦୀବନ୍ଧ ପ୍ରାୟ ୨୦୦  ଫୁଟ ଧସି ଯାଇଥିଲା । ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଏହିପରି ନଦୀର ଜଳସ୍ତର ବୃଦ୍ଧି ପାଇଲେ ଦୁର୍ବଳ ଥିବା ନଦୀବନ୍ଧ ଧସିବା ସହ ତଲିଆ ଅଞ୍ଚଳ ଜଳମଗ୍ନ ହେବାର ଆଶଙ୍କା ରହିଛି ।

ସୂଚନାନୁଯାୟୀ ,  ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା କରାଯାଇଛି । ଏହା ପରେ ଯାଜପୁର ସହ ଭଦ୍ରକ ଜିଲ୍ଲା ପାଇଁ ବିପଦ ବଢିବାରେ ଲାଗିଛି । ଉଭୟ ଜିଲ୍ଲାରେ ଏବେ ବନ୍ୟା ଆଶଙ୍କା ବୃଦ୍ଧି ପାଇଛି । ଆଜି ହେଉଛି ବିଶ୍ୱ ମଶା ଦିବସ : କଣ ରହିଛି ଇତିହାସ, କିପରି ମଶା ଦ୍ଵାରା ରୋଗ ବ୍ୟାପେ, ଆଉ କିପରି ପାଇବେ ରକ୍ଷା ବୈତରଣୀ ନଦୀର ବନ୍ୟା ଜଳ ବିଶେଷ କରି ଚାଷୀ କୂଳକୁ ଚିନ୍ତାରେ ପକାଇଛି । ଅଧିକ ବର୍ଷା ହେଲେ ନଦୀବନ୍ଧର ବଳକା ଅଂଶ ଧସିଯାଇ ଜନବସତିକୁ ବନ୍ୟାପାଣି ମାଡ଼ିଯିବାର ଆଶଙ୍କା ରହିଛି ।

Related posts

ପ୍ରସିଦ୍ଧ ଶୁଳିଆ ଯାତ୍ରା ଆରମ୍ଭ, ପଡିଲା ପଶୁପକ୍ଷୀଙ୍କ ବଳି

mahabharatanews

୩ ଶହ ତଳେ ରହିଛି କରୋନା ସଂକ୍ରମଣ; ୨୦୩ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ଗୋରୁମହିଷାଣୀ ଲୌହ ଖଣି ଶ୍ରମିକଙ୍କ ବିଭିନ୍ନ ସମସ୍ୟା ନେଇ ଧାରଣା

mahabharatanews