ଓଡିଶା

ବିପଦ ସଙ୍କେତ ଅତିକ୍ରମ କରୁଛି ବୈତରଣୀ ନଦୀ

ଭଦ୍ରକ: ଲଗାଣ ବର୍ଷାକ କାରଣରୁ ଜଳାନ୍ନଭ ହୋଇଛି ସାରା ରାଜ୍ୟ । ଫଳରେ ଅନେକ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଭଦ୍ରକ ଜିଲ୍ଲା ବୈତରଣୀ ନଦୀରେ ମଧ୍ୟ ସମାନ ସ୍ଥିତି ସୃଷ୍ଟି ହୋଇଛି । ଆଖୁଆପଦାଠାରେନଦୀର ବିପଦ ସଙ୍କେତ ୧୭.୮୩ ରହିଥିବା ବେଳେ ବର୍ତ୍ତମାନ ଜଳସ୍ତର ୧୮.୩୫ରେ ପହଞ୍ଚିଛି । ତେବେ ଗତକାଲିଠାରୁ ବର୍ଷାର ପ୍ରଭାବ କମ ରହିଥିବାରୁ ଆଜି ସକାଳ ସମୟରେ ଜଳସ୍ତର ଖସି ୧୮.୩୧ରେ ପହଞ୍ଚିଥିଲା ।


ସେପଟେ କଣ୍ଟିଘାଇ ଦେଇ ଚାଷଜମି ସହିତ ଜନବସତିରେ ମଧ୍ୟ ବର୍ଷାଜଳ ପ୍ରବେଶ କରିଛି । ଭଣ୍ଡାରୀପୋଖରୀ ବ୍ଲକର ୬ଟି ପଞ୍ଚାୟତ ସହିତ ଧାମନଗର ବ୍ଲକର ୩ଟି ପଞ୍ଚାୟତ ଏବଂ ତଳିଆ ଅଞ୍ଚଳରେ ପାଣି ପଶିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛନ୍ତି । ସେହିପରି ଆଖଣ୍ଡଳମଣି ରାସ୍ତାର ଅସୁରାଳୀ ରେବ ପୋଲ ନିକଟରେ ମଧ୍ୟ ବନ୍ୟାଜଳ ପ୍ରବାହିତ ହେଉଛି । ତେବେ ପ୍ରଶାସନ ପକ୍ଷରୁ ନୋଡାଲ ଅଫିସରଙ୍କ ଟିମ ନିଯୁକ୍ତ କରାଯାଇ ବିଭିନ୍ନ ଅଞ୍ଚଳ ଉପରେ ନଜର ରଖାଯାଇଛି ।

Related posts

ଏସଆଇଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

mahabharatanews

ମାଓବାଦୀଙ୍କ ସହ ଲଢ଼େଇ କରି ବାପାଙ୍କୁ ନୂଆ ଜୀବନ ଦେଲା ଝିଅ

mahabharatanews

କୋରୋନା ମୁକାବିଲା ପାଇଁ ସଚେତନତା କାର୍ଯ୍ୟକ୍ରମ

mahabharatanews