ଓଡିଶାସ୍ୱାସ୍ଥ୍ୟ

ଡାକ୍ତରଙ୍କ ଆନ୍ଦୋଳନ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ

ଡାକ୍ତରଙ୍କ ଆନ୍ଦୋଳନ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ । ଡାକ୍ତର ଆନ୍ଦୋଳନରେ ଲାଗିବ ରୋକ । ସାରା ଓଡ଼ିଶାରେ ଡାକ୍ତରମାନେ ପ୍ରତିଦିନ ଦୁଇ ଘଣ୍ଟା ଧରି ଓପିଡିରେ ବସୁନଥିବାରୁ ଅତ୍ୟାବଶ୍ୟକ ସେବା ତଥା ରକ୍ଷଣାବେକ୍ଷଣ ଆଇନ, ୧୯୮୮ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି । ୧୦ ଦଫା ଦାବି ପୂରଣ ଦାବିରେ ଗତ କିଛି ଦିନ ଧରି ଡାକ୍ତରମାନେ ଆନ୍ଦୋଳନ ଚଳାଇଥିବା ବେଳେ କଲବଲ ହେଉଛନ୍ତି ରୋଗୀ। ତେବେ ଏହି ନିୟମ ଅନୁଯାୟୀ ଛଅ ମାସ ପାଇଁ ରାଜ୍ୟର ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଡାକ୍ତର, ନର୍ସ, ଫାର୍ମାସିଷ୍ଟ, ପାରାମେଡିକ୍ସ, ଟେକ୍ନିସିଆନ୍, ତୃତୀୟ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ଏବଂ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଧର୍ମଘଟକୁ ନିଷେଧ କରାଯାଇଛି । ଅର୍ଥାତ ୬ ମାସ ଯାଏଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିପାରିବେନି ଡାକ୍ତର।ଡାକ୍ତରଙ୍କ ଆନ୍ଦୋଳନ ଉପରେ ESMA ଲାଗୁ ନେଇ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଏନେଇ ଗୃହ ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶନାମା ଜାରି ହୋଇଛି । ଜିଲ୍ଲା ମୁଖ୍ୟାଳୟ, ଉପଖଣ୍ଡ ଡାକ୍ତରଖାନା, ଏରିଆ ହସ୍ପିଟାଲ୍, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ମୁନସିପାଲ ହସ୍ପିଟାଲ୍, ମେଡିକାଲ କଲେଜ, ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ୟାନସର, ଆଞ୍ଚଳିକ ମେରୁଦଣ୍ଡ ଆଘାତ କେନ୍ଦ୍ର, ଜେଲ୍ ଏବଂ ପୋଲିସ ହସ୍ପିଟାଲଗୁଡ଼ିକ ଉପରେ କାର୍ଯ୍ୟକାରୀ ହେବ। ESMA ଆଇନ ଲାଗୁ ହେଲେ ଜରୁରୀକାଳୀନ ସେବାକୁ ରୋକା ଯାଇପାରିବନି କିମ୍ବା ଆନ୍ଦୋଳନ କରି ଏହାକୁ ବନ୍ଦ କରି ହେବନି।୧୦ ଦଫା ଦାବି ନେଇ ଓମସା ପକ୍ଷରୁ ରାଜ୍ୟବ୍ୟାପୀ ଡାକ୍ତରଙ୍କ ଦୁଇ ଘଣ୍ଟିଆ ଓପିଡି ବନ୍ଦ ଆନ୍ଦୋଳନ ଜାରି ରହିଛି। ଯେଉଁଥିପାଇଁ ଏବେ କଡ଼ାକଡ଼ି ନିୟମ ଲାଗୁ କରିଛନ୍ତି ରାଜ୍ୟ ସରକାର। ଏହି ନିର୍ଦ୍ଦେଶାନାମାରେ କୁହାଯାଇଛିଯେ, ଜନସାଧାରଣଙ୍କ ସ୍ବାର୍ଥକୁ ନଜରରେ ରଖି ଡାକ୍ତର, ନର୍ସିଂ ଅଫିସର. ଫାର୍ମାସିଷ୍ଟ, ଅନ୍ୟ ପାରାମେଡିକ୍ସ, ଟେକନିସିଆନ୍, ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ଆନ୍ଦୋଳନରେ ସାମିଲ ହୋଇପାରିବେ ନାହିଁ। ଏପରିକି ଠିକା କର୍ମଚାରୀଙ୍କୁ ମଧ୍ୟ ଏହି ଆନ୍ଦୋଳନରେ ସାମିଲ କରାଯାଇଛି।

Related posts

‘ଜିରୋ ଏଫ୍ ମିଶନ’ ଉପରେ ଗୁରୁତ୍ୱ 

mahabharatanews

 ଫକୀର ମୋହନ ବଡ଼ ମେଡିକାଲ କେମୋ ୱାର୍ଡରେ ନିଆଁ 

mahabharatanews

54 ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ; ବିଭିନ୍ନ ବିଭାଗ ଉପରେ ଆଲୋଚନା

mahabharatanews