ଓଡିଶା

ଟ୍ରକ୍କୁ ଧକ୍କା ଦେଲା ବୋଲେରୋ, ଦୁଇ ମୃତ ୭ ଗୁରୁତର

(ମହାଭାରତ,ବଲାଙ୍ଗୀର): ବଲାଙ୍ଗୀର-ସୋନପୁର ମୁଖ୍ୟରାସ୍ତା ବଇରାସ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ରାସ୍ତା କଡରେ ଠିଆ ହୋଇଥିବା ଏକ ଟ୍ରକ୍କୁ ଏକ ବୋଲେରୋ ପଛପଟୁ ଧକ୍କା ଦେବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଦ୍ୱୟ ଶକୁନ୍ତଳା ସାହୁ ଓ ତେଜ୍ ବାଗ୍ ବୋଲି ଜଣାପଡିଛି । ସମସ୍ତ ମୃତାହତ ପାଟଣାଗଡ ଥାନା ଅନ୍ତର୍ଗତ ଘୁମେର ଗାଁର ବାସିନ୍ଦା । ସୂଚନା ଅନୁଯାୟୀ, ଗତ ଶନିବାର ବିଳମ୍ବିତ ରାତିରେ ଗାଁର ୧୫ ଜଣ ମହିଳା ଓ ପୁରୁଷ ଏକ ବୋଲେରୋ ଯୋଗେ ପୁରୀ ଅଭିମୁଖେ ଯାଉଥିଲେ । ଏହି ସମୟରେ ବଇରାସ ନିକଟରେ ରାସ୍ତା କଡରେ ଠିଆ ହୋଇଥିବା ଏକ ଟ୍ରକ୍କୁ ବୋଲେରୋଟି ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ୍ ଓ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related posts

ରାଜ୍ୟରେ ଏଣିକି ବୃଦ୍ଧି ପାଇବ ତାପମାତ୍ରା

mahabharatanews

ବାଦ ପଡିଥିବା ୨୨% ମହିଳାଙ୍କୁ ଆସନ୍ତା କାଲି ମିଳିବ ‘ସୁଭଦ୍ରା’ ଟଙ୍କା

mahabharatanews

ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

mahabharatanews