(ସୂର୍ଯ୍ୟକାନ୍ତ ବେହେରା/ମାଲକାନଗିରି): ମାଲକାନଗିରି ଜିଲ୍ଲାର କୁଡୁମୁଲୁଗୁମ୍ମା ବନ ବିଭାଗ ପକ୍ଷରୁ ୭୧ ତମ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୧୪୪ ବାଟାଲିୟନ ବିଏସଫର ମିଳିତ ସହଯୋଗରେ ୧୦୦ରୁ ଉର୍ଦ୍ଧ୍ବ ବିଭିନ୍ନ କିସମର ଚାରା ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୁଡୁମୁଲୁଗୁମ୍ମା ତହସିଲଦାର ଶ୍ରୀ ବିଜୟ କୁମାର ମାଣ୍ଡାଙ୍ଗି ଯୋଗ ଦେଇଥିଲେ । ଏହାପରେ ଉପସ୍ଥିତ ଅତିଥିମାନଙ୍କ ସହଯୋଗରେ ଚାରା ରୋପଣ କରାଯାଇଥିଲା । ବିଏସଫ ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ କାଦି ର୍ଖାଁ, ସରପଞ୍ଚ ପହଲା ପାଙ୍ଗି, ପୂର୍ବତନ ସରପଞ୍ଚ ଗୋପୀ ପାଙ୍ଗି, କୁଡୁମୁଲୁଗୁମ୍ମା ଡିଗ୍ରୀ ବିଦ୍ୟାଳୟର ପ୍ରଫେସର ଅଶୋକ କୁମାର ପ୍ରଧାନ, ଫରେଷ୍ଟର ରାଜେନ୍ଦ୍ର ଶବର, କୁଡୁମୁଲୁଗୁମ୍ମା ସାମ୍ବାଦିକ ସଙ୍ଘର ସାମ୍ବାଦିକମାନେ ଏଥିରେ ସାମିଲ ହୋଇଥିଲେ ।
