ଓଡିଶା

ବନ୍ଦେ ଭାରତ ମିଶନ: ୟୁଏଇରୁ ଆସିଲେ ୩୬୩ ଭାରତୀୟ

(ମମତା ସାମଲ ): କରୋନା ଭାଇରସ କାରଣରୁ ବିଶ୍ୱରେ ଜାରି ହୋଇଥିବା ଲକ୍ଡାଉନ୍ ଲୋକଙ୍କୁ ଅଟକାଇ ଦେଇଛି । ବିଶ୍ୱରେ ଲାଗୁ ହୋଇଥିବା ଲକ୍ଡାଉନ ଯୋଗୁଁ ଭାରତୀୟମାନଙ୍କ ନିଜ ଜନ୍ମମାଟିକୁ ଆଗମନ ଆରମ୍ଭ ହୋଇଯାଇଛି । ଗୁରୁବାର ରାତି ୨ଟି ଅନ୍ତର୍ଜାତୀୟ ବିମାନ ଭାରତର ୩୬୩ ଜଣ ପ୍ରବାସୀ ନାଗରିକ କେରଳ ପହଞ୍ଚିଛନ୍ତି । ଦୁବାଇରୁ ଆସିଥିବା ଏୟାର ଇଣ୍ଡିଆର ଏକ ବିମାନ କୋଝିକୋଡ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଥିଲା । ସେହିପରି ଦ୍ୱିତୀୟ ବିମାନଟି କୋଚିନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଓହ୍ଲାଇଥିଲା । ଭାରତ ସରକାର ‘ବନ୍ଦେ ଭାରତ ମିଶନ’ ଅଭିଯାନରେ ଭାରତୀୟ ଲୋକଙ୍କୁ ବିଦେଶରୁ ଫେରାଇ ଆଣୁଛନ୍ତି । କୋଝିକୋଡ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଥିବା ବିମାନ ଦୁବାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଆସିଥିଲା । ଏୟାର ଇଣ୍ଡିଆ ଏକ୍ସପ୍ରେସର ଏହି ବିମାନରେ ୧୭୭ ଜଣ ଭାରତୀୟ ନାଗରିକ ଯାତ୍ରୀ ଥିଲେ । ଏୟାରପୋର୍ଟରେ ଓହ୍ଲାଇବା ପରେ ସମସ୍ତ ଯାତ୍ରୀମାନଙ୍କୁ ସ୍କ୍ରିନିଂ କରାଯାଇଥିଲା । ଏବେ ସମସ୍ତ ଲୋକଙ୍କୁ ୧୪ ଦିନ ଯାଏଁ କ୍ୱାରେଣ୍ଟାଇନରେ ରଖାଯିବ । ଭାରତ ସରକାରଙ୍କ ତରଫରୁ ଏବେ ଅନ୍ୟ ଦେଶଗୁଡ଼ିକରେ ଥିବା ଲୋକଙ୍କୁ ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି ।

କୋଚିନ ବିମାନ ବନ୍ଦରରେ ଯେଉଁ ୧୮୧ ଜଣ ଭାରତୀୟ ନାଗରିକ ଓହ୍ନଲାଇ ଥିଲେ, ସେଥିରୁ ୫ ଜଣ ଲୋକଙ୍କ ଠାରେ କରୋନା ଭାଇରସ ଲକ୍ଷଣ ଦେଖାଯାଇଛି । ଏହି ଲୋକମାନଙ୍କୁ ଅଲୁଭା ଜିଲ୍ଲା ଡାକ୍ତରଖାନାର ଆଇସୋଲେଶନରେ ଭର୍ତ୍ତି କରାଯାଇଛି । ଏହା ବ୍ୟତୀତ ଜଣେ ଯାତ୍ରୀଙ୍କୁ କିଛି ଶାରୀରିକ ଥିବାରୁ ତାଙ୍କୁ ଏର୍ଣ୍ଣାକୁଲମ ଜିଲ୍ଲା ପ୍ରଶାସନ ତରଫରୁ ସର୍ଟ ଷ୍ଟେ କ୍ୱାରେଣ୍ଟାଇନରେ ରଖାଯାଇଛି ।

Related posts

ଆସନ୍ତାକାଲି ପ୍ରବଳ ବର୍ଷା ସମ୍ଭାବନା, ୬ ଜିଲ୍ଲାକୁ ରେଡ୍‌ ଓ୍ଵାର୍ଣ୍ଣିଂ ଜାରି  

mahabharatanews

ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନଙ୍କୁ ସବୁଜ ବିପ୍ଳବୀ ସମ୍ମାନ

mahabharatanews

ରେଳ ଦୁର୍ଘଟଣା: ସିବିଆଇ ତଦନ୍ତ ଆରମ୍ଭ

mahabharatanews