bharatଖେଳଦେଶ ବିଦେଶବିଶ୍ୱ

ବାଂଲାଦେଶ ଖେଳାଳିଙ୍କୁ ଆଇପିଏଲ୍‌ରୁ ବାଦ କରିବା ପରେ ଜଳୁଛି ବାଂଲାଦେଶ କ୍ରିକେଟ୍ ବୋର୍ଡ

ଦିନକୁ ଦିନ ବଢି ବଢି ଚାଲିଛି ବାଂଲାଦେଶ ଓ ଭାରତ ମଧ୍ୟରେ ତିକ୍ତତାର ସୀମା । ଯାହା ବର୍ତ୍ତମାନ କ୍ରିକେଟ୍ ମଇଦାନକୁ ଆସିଲାଣି । ଆଇପିଏଲରୁ ବାଂଲାଦେଶ ଖେଳାଳି ମୁସ୍ତାଫିଜୁର ରେହମାନଙ୍କୁ ବିଦା କରାଯିବା ପରେ ଏବେ ରାଗରେ ଜଳୁଛି ବାଂଲା କ୍ରିକେଟ୍ ବୋର୍ଡ୍ । ଅନେକ ବାଦ ବିବାଦ ପରେ ତାଙ୍କୁ ଶନିବାର କୋଲକାତା ନାଇଟ୍ ରାଇଡର୍ସ ରିଲିଜ୍ କରିଥିଲା । ଏବେ ସେଠାକାର କ୍ରିକେଟ୍ ବୋର୍ଡ ଟି୨୦ ବିଶ୍ୱକପ୍ ମୁକାବିଲାର ଖେଳସୂଚୀ ପରିବର୍ତ୍ତନ ପାଇଁ ଦାବି କରିଛି । ତେବେ ଫେବୃଆରୀ ମାସରେ ଟି୨୦ ବିଶ୍ୱକପ୍ ଖେଳାଯିବ । ଯାହାର ଆୟୋଜକ ହେଉଛନ୍ତି ଭାରତ ଏବଂ ଶ୍ରୀଲଙ୍କା । ଯେଉଁଥିରେ ପାକିସ୍ତାନ ଏବଂ ଭାରତ ବିପକ୍ଷ ମୁକାବିଲା ଶ୍ରୀଲଙ୍କାରେ ଖେଳାଯିବ । ଏହାପରେ ବାଂଲାଦେଶ ନିଜ ମ୍ୟାଚକୁ ଭାରତ ବଦଳରେ ଶ୍ରୀଲଙ୍କାକୁ ପରିବର୍ତ୍ତନ ପାଇଁ ଦାବି କରିଛି । ବାଂଲା ସରକାରଙ୍କ ପରାମର୍ଶଦାତା ଆସିଫ୍ ନାଜରୁଲ କହିଛନ୍ତି ଯେ, ୨୦୨୬ ଟି୨୦ ବିଶ୍ୱକପରେ ଭାରତରେ ବାଂଲାଦେଶର ଅନେକ ମୁକାବିଲା ଖେଳାଯିବ । ହେଲେ ଏସବୁକୁ ଭାରତରେ ନଖେଳାଯାଇ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରାଯିବା ଦରକାର । ଯେପରି ଭାରତ ପୂର୍ବରୁ ପାକିସ୍ତାନ ବିପକ୍ଷ ମୁକାବିଲାକୁ ଆୟୋଜନ କରିଥିଲା । ଏହାସହ ବାଂଲାଦେଶରେ ଆଇପିଏଲର ବ୍ରଡକାଷ୍ଟକୁ ସସପେଣ୍ଡ୍ ପାଇଁ କୁହାଯାଇଛି ।

ସେ ଆହୁରି କହିଛନ୍ତି ଯେ, ବାଂଲାଦେଶୀ କ୍ରିକେଟରଙ୍କୁ ଯେପରି ଭାବେ ବ୍ୟବହାର ପ୍ରଦର୍ଶନ କରାଯାଇଛି ତାହା ଗ୍ରହଣୀୟ ନୁହେଁ । ଖାଲି ଏତିକି ନୁହେଁ ବାଂଲା କ୍ରିକେଟ୍ ବୋର୍ଡ କହିଛି ଯେ, ପୂର୍ବରୁ ଭାରତୀୟ କ୍ରିକେଟ୍ ସହ ସାମାନ୍ୟ ଭଲ ସମ୍ପର୍କ ଥିଲା । ଏବେ କିନ୍ତୁ ସେ ସବୁ ନାହିଁ । ମୁସ୍ତାଫିଜୁରଙ୍କ ଚୁକ୍ତି କାହିଁକି ବାତିଲ ହେଲା ସେନେଇ ବିସିସିଆଇ ସ୍ପଷ୍ଟୀକରଣ ଦେବା ଦରକାର ।

Related posts

ଅବସର ଘୋଷଣା କରିଛନ୍ତି ଏଲିସା ହିଲି

mahabharatanews

 ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିର

mahabharatanews

ଆମେରିକା ରିପୋର୍ଟର ବଡ ଖୁଲାସା ୨୦୨୬ରେ ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ !

mahabharatanews