ଓଡିଶାଖେଳଭାରତ

ବାରବାଟୀରେ ମାସ୍କ ବାଧ୍ୟତାମୂଳକ

କଟକ: ଆସନ୍ତାକାଲି ବାରବାଟୀରେ ମହା ଲଢେଇ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦ୍ବିତୀୟ ଟି-ଟ୍ବେଣ୍ଟି । ଚଳଚଞ୍ଚଳ ହୋଇଉଠିଛି ପୁରା ଓଡିଶା । କୋଣସି ପ୍ରକାର ଗଣ୍ଡଗୋଳ ନ ହେବାକୁ ପ୍ରସ୍ତୁତ ଓସିଏ ଓ ଜିଲ୍ଲା ପ୍ରଶାସନ । ତେବେ ଏହାରି ଭିତରେ ଦେଖା ଦେଇଛି କରୋନା ସଂକ୍ରମଣ । ଏଣୁ ସଂକ୍ରମଣ ପୁଣି ବଢୁଥିବାରୁ ଷ୍ଟାଡିୟମ ଭିତରେ ପ୍ରବେଶ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି । ଯେଉଁମାନେ ମାସ୍କ ନ ପିନ୍ଧିବେ ସେମାନଙ୍କୁ ଷ୍ଟାଡିୟମ ଭିତରକୁ ପ୍ରବେଶ କରିବାକୁ ଦିଆଯିବନାହିଁ ବୋଲି ସୂଚନା ମିଳିଛି । ଏନେଇ ଦର୍ଶକଙ୍କୁ ଦିଆଯାଇଥିବା ଟିକେଟ୍ରେ ମଧ୍ୟ ଉଲ୍ଲେଖ ରହିଛି । ସେପଟେ ଗୁଳୁଗୁଳିକୁ ନଜର ରଖି ଷ୍ଟାଡିୟମ ଶୃଙ୍ଖଳିତ ଭାବେ ଧାଡ଼ିରେ ପ୍ରବେଶ କରିବାକୁ, ସାଙ୍ଗରେ ରୁମାଲ, ଗାମୁଛା ନେବାକୁ, ଧଳା ଓ ହାଲକା ରଙ୍ଗର ଢ଼ିଲା ପୋଷାକ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ସାଙ୍ଗରେ ପନିବଟାଲ ମଧ୍ୟ ନେବାକୁ ପରାମର୍ଶ କରାଯାଇଛି ।

 

Related posts

୩୦ ଜିଲ୍ଲା ପାଇଁ ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତ

mahabharatanews

ସ୍ୱାଧୀନତା ଆନ୍ଦୋଳନରେ ବୋଲଗଡ଼ର ଅବଦାନ ସମ୍ପର୍କରେ ଆଲୋଚନା ଚକ୍ର

mahabharatanews

ଆଜି ଶ୍ରୀଜିଉଙ୍କ ରାଜପ୍ରାସାଦ ବିଜେ ନୀତି

mahabharatanews