ଓଡିଶା

ବରଗଡ ଜିଲ୍ଲା ୫ ଦିନ ପାଇଁ ସଟଡାଉନ

(ଚିତ୍ତରଞ୍ଜନ ସାହୁ/ବରଗଡ): ବରଗଡ ଜିଲ୍ଲାରେ କରୋନା କଟକଣାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଜିଲ୍ଲାକୁ ୫ ଦିନ ସଟଡାଉନ ଘୋଷଣା କରାଯାଇଛି । ଜୁଲାଇ ୨୮ ତାରିଖ ରାତି ୯ଟା ଯାଏ ବରଗଡ଼ ଜିଲ୍ଳା ସଟଡ଼ାଉନ ରହିବ ବୋଲି ଜିଲ୍ଳାପାଳ ଜ୍ୟୋତିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି । ପୂର୍ବରୁ ୩୧ ତାରିଖ ରାତି ୯ଟା ଯାଏ ଜିଲ୍ଲାକୁ ସଟଡାଉନ ରଖିବାକୁ ଘୋଷଣା ହୋଇଥିଲା । ପରେ ଜିଲ୍ଲାର ବ୍ୟବସାୟୀମାନେ ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ । ବ୍ୟବସାୟୀ ସଂଘର ଅନୁରୋଧ କ୍ରମେ ବରଗଡ ଜିଲ୍ଲାପାଳ ଆଗାମୀ ୨୮ ତାରିଖ ପର୍ଯ୍ୟନ୍ତ ଜିଲ୍ଲାକୁ ସଟଡାଉନ ଘୋଷଣା କରିଛନ୍ତି । ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନଗୁଡିକୁ ବାଦ ଦେଲେ ଅନ୍ୟ ସବୁ ଦୋକାନ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହି ସବୁ ଦୋକାନଗୁଡିକ ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲା ରହିବ । ତେବେ ଜରୁରୀକାଳୀନ ସେବାଗୁଡିକୁ ଛାଡି ଦେଲେ ସହରର ଦୋକାନ ବଜାର ବନ୍ଦ ରହିବ । ରାସ୍ତାକଡରେ ଥିବା ପେଟ୍ରୋଲ ପମ୍ପ ଓ ମାଲ ପରିବହନରେ ବ୍ୟବହୃତ ଯାନବାହାନ ଚଳାଚଳକୁ କଟକଣା ମୁକ୍ତ ରଖାଯାଇଛି ।

Related posts

ଆସିଛି ଦିଲ୍ଲୀରୁ ଡାକରା: ସ୍ୱାଧୀନତା ଦିବସରେ ଅତିଥି ହେବେ ପୁରୀର ଆଶାକର୍ମୀ ସୁକାନ୍ତି

mahabharatanews

ମସ୍ତିଷ୍କର କ୍ରାନିଆଲ୍ ବେସ୍‌ରେ ହୋଇଥିବା ଟ୍ୟୁମର୍‌ ବାହାରକଲେ ସମ ବିଶେଷଜ୍ଞ

mahabharatanews

ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ ସମ୍ବାଦପତ୍ର ହକରଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା

mahabharatanews