(ଭୁବନେଶ୍ୱର) : ସମୁଦ୍ରରେ ଥିବା ବାତ୍ୟା ଆସନ୍ତାକାଲି ଆନ୍ଧ୍ରପ୍ରଦେଶର ନେଲୋର ଓ ମଛଲୀପଟନମ ମଧ୍ୟରେ ଲେଣ୍ଡ ଫଲ କରିବ । ଗତକାଲି ପୂର୍ବାହ୍ନ ସୁଦ୍ଧା ଏହି ପ୍ରକ୍ରିୟା ହେବ । ଏହା ସିଧାସଳଖ ପ୍ରଭାବ ଓଡିଶା ଉପରେ ନାହିଁ । କିନ୍ତୁ ଏହା ପ୍ରଭାବରେ ଦକ୍ଷିଣ ଓଡିଶା ଓ ଉପକୂଳ ଓଡ଼ିଶାରେ ବର୍ଷା ହେବ । ଅତିରିକ୍ତ ଭାବେ ଅଗ୍ନିଶମ ଟିମକୁ ରଖାଯାଇଛି । କୃଷି ଓ ଉଦ୍ୟାନ କୃଷି ନଷ୍ଟ ହେବାର ସମ୍ଭାବନା ରହିଛି। ତେଣୁ ଏହାକୁ ସୁରକ୍ଷିତ ରଖିବା ଲାଗି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ନଷ୍ଟ ହୁଏ, ତେବେ ତୁରନ୍ତ ଆକଳନ କରିବା ଲାଗି କୁହାଯାଇଛି । ଅମଳ ହୋଇଥିବା ଧାନ ଓ ବିଲରେ ଥିବା ଧାନର ସୁରକ୍ଷା ପାଇଁ କୃଷି ଓ ସମବାୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସମୁଦ୍ରରେ ଥିବା ପ୍ରାୟ ୩ହଜାର ବୋଟ କୂଳକୁ ପଳେଇ ଆସିଛି । କୌଣସି ଗୋଟେ ବି ବୋଟ ସମୁଦ୍ରରେ ନଥିବା ଆମକୁ ସୂଚନା ମିଳିଛି ।
ସୂଚନାନୁଯାୟୀ , ମାଲକାନଗିରି, କୋରାପୁଟ, କନ୍ଧମାଳ, ରାୟଗଡା, ଗଜପତି, ଗଞ୍ଜାମ, ଜଗତସିଂହପୁର ଜିଲ୍ଲାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଭାବିତ ହେବାକୁ ଥିବା ଜିଲ୍ଲାଙ୍କୁ ସତର୍କ ରହିବାକୁ କୁହାଯାଇଛି । ଏସଆରସିଙ୍କ ପକ୍ଷରୁ କୃଷି, ଶକ୍ତି ଓ ସମବାୟ ବିଭାଗକୁ ସତର୍କ କରାଯାଇଛି । ୫ ଜିଲ୍ଲାରେ ଓଡ୍ରାଫ ମୃତୟନ କରାଯାଇଛି । ମତ୍ସ୍ୟଜୀବୀଙ୍କ ଲାଗି ୬ତାରିଖ ପର୍ଯ୍ୟନ୍ତ ସତର୍କ ସୂଚନା ରହିଛି।
