ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସର ଜଣେ ଛାତ୍ରୀ ଅଲ ଇଣ୍ଡିଆ ଏମ୍ସ ସ୍ନାତକେ୍ାତ୍ତର ଏଣ୍ଟ୍ରାନ୍ସରେ ଟପର ହେବାର ଗୌରବ ହାସଲ କରିଛନ୍ତି । ଆଜି ଏହି ଏଣ୍ଟାନ୍ସ ପରୀକ୍ଷାର ଫଳାଫଳ ବାହାରିଛି । ଏହି ପରୀକ୍ଷା ଦେଶରେ ମେଡିକାଲ ସାଇନ୍ସ ପାଇଁ ଏକ ସମ୍ମାନ ଅଟେ । ତେବେ ଏହି ଗୌରବପୂର୍ଣ୍ଣ ପରୀକ୍ଷାରେ ପ୍ରଥମସ୍ଥାନ ଅଧିକାର କରିଛନ୍ତି ଭୁବନେଶ୍ୱର ଏମ୍ସର ଛାତ୍ରୀ ଡ ବିନିତା କେ । ସେ ୧୦୦ରୁ ୧୦୦ % ନମ୍ବର ହାସଲ କରିଛନ୍ତି । ଏହି ପରୀକ୍ଷାରେ ୪୩୩୫ ଜଣ ଛାତ୍ରଛାତ୍ରୀ ରାଙ୍କ ହାସଲ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୭୪ ଜଣ ଭୁବନେଶ୍ୱର ଏମ୍ସର । ସେହିପରି ସର୍ବଭାରତୀୟ ସ୍ତରରେ ସମସ୍ତ ଏମ୍ସ କଲେଜରୁ ୨୯ ଛାତ୍ରଛାତ୍ରୀ ଟପ ୧୦୦ ରାଙ୍କରେ ସ୍ଥାନ ପାଇଛନ୍ତି । ସେମାନଙ୍କ ମଧ୍ୟରୁ ଭୁବନେଶ୍ୱର, ୁ ଜୋଧପୁର ଓ ଋଷିକେଶରୁ ୬ ଜଣ ଛାତ୍ରଛାତ୍ରୀ ଥିବା ବେଳେ ଭୋପାଳ ଏମ୍ସରୁ ୫ ଜଣ, ନୂଆଦିଲ୍ଲୀ ଏମ୍ସରୁ ୪ ଜଣ, ପାଟନା ଓ ରାଇପୁରରୁ ଜଣେ ଲେଖା ୧୦୦ ରାଙ୍କରେ ସ୍ଥାନ ପାଇଛନ୍ତି । ଭୁବନେଶ୍ୱର ଏମ୍ସରର ଏହି ସଫଳତାକୁ ନେଇ ଡ ଗିତାଞ୍ଜଳି ବଟମାନବାନେ ଟପର ଓ ଅନ୍ୟ ସଫଳ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
previous post
next post