ଓଡିଶା

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

କେନ୍ଦୁଝର: ଭିଜିଲାନ୍ସ ହାତରେ ଲାଞ୍ଚୁଆ କନିଷ୍ଠ ଯନ୍ତ୍ରୀ । ୧୧ ହଜାର ଟଙ୍କା ଲାଞ୍ଚ ନେବା ବେଳେ କେନ୍ଦୁଝର ସଦର ବ୍ଳକ୍ କନିଷ୍ଠ ଯନ୍ତ୍ରୀ ପ୍ରମୋଦ ପଣ୍ଡା ଭିଜିଲାନ୍ସ ହାତରେ ଧରାପଡିଯାଇଛନ୍ତି । ଭିଜିଲାନ୍ସ ତାଙ୍କୁ ଗିରଫ କରିବା ସହ କାର୍ୟ୍ୟାଳୟ ଓ ବାସଭବନ ଓ ଭଦ୍ରକସ୍ଥିତ ପୈତୃକ ଘରେ ଚଢାଉ କରିଛି ।
ସୂଚନା ଅନୁସାରେ ଯୁଧିଷ୍ଠିର ମହାନ୍ତ ନାମକ ଜଣେ ଠିକାଦାର ତାଙ୍କର ଦୁଇଟି କାମର ବିଲ୍ ପାଇଁ ବାରମ୍ବାର ଅନୁରୋଧ କରିବା ସତ୍ତ୍ବେ ତାଙ୍କର ବିଲ୍ କରାଗଲା ନାହିଁ । ଶେଷରେ ସମ୍ପୃକ୍ତ ଠିକାଦାର କନିଷ୍ଠ ଯନ୍ତ୍ରୀ ପ୍ରମୋଦ ପଣ୍ଡାଙ୍କ ବିଲ୍ କରାଇ ଦେବା ନିମନ୍ତେ ଅନୁରୋଧ କରିଥିଲେ । କନିଷ୍ଠ ଯନ୍ତ୍ରୀ ପୁରୁଣା କାମ ପାଇଁ ୬ ହଜାର ଟଙ୍କା ଓ ନୂଆ କାମ ପାଇଁ ୫ ହଜାର ଟଙ୍କା, ଏହିପରି ୧୧ ହଜାର ଟଙ୍କା ସମ୍ପୃକ୍ତ ଠିକାଦାରଙ୍କୁ ମାଗିଥିଲେ । ଏସମ୍ପର୍କରେ ଠିକାଦାର ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଏହାପରେ ଭିଜିଲାନ୍ସର ନିର୍ଦ୍ଦେଶକ୍ରମେ ଠିକାଦାର ୧୧ ହଜାର ଟଙ୍କା ଦେବା ସମୟରେ ସେଠାରେ ଛକି ରହିଥିବା ଭିଜିଲାନ୍ସ ଅଧିକାରୀ କନିଷ୍ଠ ଯନ୍ତ୍ରୀଙ୍କୁ କାବୁ କରି ନେଇଥିଲେ ।

Related posts

ରାଜ୍ୟରେ ଆସନ୍ତା ତିନି ଦିନ ପ୍ରବଳ ବର୍ଷିବ !

mahabharatanews

ଶତାଧିକ ଲୋକଙ୍କ ସୁଖ, ଦୁଃଖ ବିଭିନ୍ନ ସମସ୍ୟା ପଚାରି ବୁଝିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

mahabharatanews

ଭାଇରଲ ହେଲା ନବୀନ ଏବଂ ଫାଇଭ ଟିଙ୍କ ଭିଡିଓ  

mahabharatanews