ଓଡିଶା

ଭୁବନେଶ୍ୱରରେ ଆଉ ୨୧ କରୋନା ପଜିଟିଭ ଚିହ୍ନଟ

(ମହାଭାରତ,ଭୁବନେଶ୍ୱର): ଭୂବନେଶ୍ୱର ସହରରେ ଆଜି ୨୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୬ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୫ ଜଣ ସ୍ଥାନୀୟ ସଂକ୍ରମଣ ରହିଥିବା ଜଣାପଡିଛି । ଏହାକୁ ମିଶାଇ ଭୂବନେଶ୍ୱରରେ ଏବେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫୨ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୬୨୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ବାକି ୬୧୪ ଜଣ ଏବେ ଚିକିତ୍ସାଧିନ ଅଛନ୍ତି । ଏହାସହ କେବଳ ଭୂବନେଶ୍ୱରରେ ୪୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ୭୮୭ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୧୨ ହଜାର ୯୦୯ ଜଣ ସୁସ୍ଥ ହୋଇଛନ୍ତି । ଅବଶିଷ୍ଟ ୫ ହଜାର ୭୧୫ ଜଣ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

 

Related posts

ହାତୀ ଶାବକର ଶବ ଉଦ୍ଧାର

mahabharatanews

ଅସଦାଚରଣ ମାମଲା; ସୌରୀନ ଓ ସମ୍ପୃକ୍ତ ଯୁବତୀ ଦୁଇ ବନ୍ଧୁ 

mahabharatanews

ବଲାଙ୍ଗିର, ବରଗଡ, ଭଦ୍ରକ, ମୟୁରଭଞ୍ଜ ଓ ସୁନ୍ଦରଗଡ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

mahabharatanews