ପାଟଣାଗଡ଼: ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବାକୁ ବୁଧବାର ମୁଖ୍ୟମନ୍ତ୍ରୀ ଯିବେ ବଲାଙ୍ଗିର ଜିଲ୍ଲାକୁ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଜି ମଧ୍ୟାହ୍ନରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହଙ୍କ ସହ ଯାଜପୁର ବିଧାୟକ ତଥା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପାଟଣାଗଡରେ ପହଞ୍ଚିଛନ୍ତି । ପାଟଣାଗଡ ବିଧାୟକ ସରୋଜ ମେହେର, ମନ୍ତ୍ରୀ ସିଂହ ଓ ପ୍ରଣବ ଦାସ ପାଟଣା ଦଳୀୟ କାର୍ଯ୍ୟାଳୟରୁ ବାହାରି ରମାଇଁ ହାଇସ୍କୁଲ ପଡିଆରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ହୋଇଥିବା ଆୟୋଜନର ସମୀକ୍ଷା କରିଛନ୍ତି । ସେଠାରେ ପୁଲିସ ବିଭାଗ ସହ ପ୍ରଣବ ଆଲୋଚନା କରିଛନ୍ତି ସୁରକ୍ଷା ବ୍ୟବସ୍ତାକୁ ନେଇ । ମୁଖ୍ୟମନ୍ତ୍ରୀ ଆସନ୍ତା କାଲି ବଲାଙ୍ଗିର ଗସ୍ତ ବେଳେ ପ୍ରଥମେ ଟିଟିଲାଗଡ଼, ପାଟଣାଗଡ ପରେ ବଲାଙ୍ଗିର ଯିବାର କାର୍ୟ୍ୟକ୍ରମ ରହିଛି। ପାଟଣାଗଡ ରମାଇଁ ହାଇସ୍କୁଲରେ ସ୍ବାସ୍ଥ୍ୟ କାର୍ଡ଼ ବଣ୍ଟନ କରାଯିବ ।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଜି ସକାଳୁ ବଲାଙ୍ଗିର ଏସପିଙ୍କ ତତ୍ତ୍ବାବଧାନରେ ଏସଡିପିଓ, ଥାନା ଅଧିକାରୀ,ଏସଆଇ, ଏଏସଆଙ୍କ ସମେତ ୧୦ ପ୍ଲାଟୁନ୍ ଫୋର୍ସ ରମାଇଁ ହାଇସ୍କୁଲ ପଡିଆରେ ମକ୍ ଡ୍ରିଲ କରିଛନ୍ତି ।
ଏହି ଗସ୍ତ ପାଇଁ ପାଟଣାଗଡରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
previous post
