ଓଡିଶା

ବିଏମସି ପକ୍ଷରୁ ଭିକାରୀ ଥଇଥାନ କାର୍ଯ୍ୟ ଆରମ୍ଭ

ଭୁବନେଶ୍ୱର: ଭିକାରୀ ମୁକ୍ତ ରାଜଧାନୀ ଭୁବନେଶ୍ୱର ଅଭିଯାନରେ ଶୁକ୍ରବାର ସକାଳୁ ରାଜଧାନୀ ଭୁବନେଶ୍ୱରରେ ଥିବା ଭିକାରୀଙ୍କ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । କମିଶନରେଟ ପୁଲିସ, ଓପିୟୁଏସ, ବିକାଶ ଓ ଭିଜେଏସଏସ ପରି ସେବା ଯୋଗାଣକାରୀ ଏନଜିଓ ସହାୟତାରେ ବିଏମସି ପକ୍ଷରୁ ଏହି ଭିକାରୀ ଉଚ୍ଛେଦ କାର୍ଯ୍ୟ ଶୁକ୍ରବାର ସକାଳ ୮ଟାରୁ ଆରମ୍ଭ ହୋଇଯାଇଛି । ଆଜି ୟୁନିଟ୧, ୟୁନିଟ୨ ଓ ଲିଙ୍ଗରାଜ ମନ୍ଦିର ଅଞ୍ଚଳ ପରି ବିଭିନ୍ନ ସ୍ଥାନରେ ବସୁଥିବା ଭିକାରୀଙ୍କୁ ସେଠାରୁ ଉଚ୍ଛେଦ କରି ଥଇଥାନ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଉଛି । ରାଜ୍ୟ ସରକାରଙ୍କ ସହଯୋଗରେ ଏହି ପଦକ୍ଷେପ ନିଆଯାଇଛି।

Related posts

୬ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ 

mahabharatanews

 ମହାଷ୍ଟମୀ ତିଥିରେ ମା’ଙ୍କୁ ଦେଶୀ ମାଛ ଭୋଗ

mahabharatanews

ହସ୍ପିଟାଲରେ ନାହାନ୍ତି ଡାକ୍ତର

mahabharatanews