ଓଡିଶା

ବ୍ରହ୍ମପୁର ବିଏମସି କାର୍ଯ୍ୟାଳୟର କର୍ମଚାରୀ କରୋନାରେ ମୃତ୍ୟୁ

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ବ୍ରହ୍ମପୁର ବିଏମସି କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କ କରୋନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିଏମସିର କିଛି ସଂକ୍ରମିତ କର୍ମଚାରୀଙ୍କ ସଂସ୍ପର୍ଶରେ ଆସି ସେ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । କିଛି ଜଣ ମଧ୍ୟ ସଂକ୍ରମିତ ହୋଇଥିବା ସୂଚନା। ବ୍ରହ୍ମପୁର ବିଏମସି କାର୍ଯ୍ୟାଳୟରେ ବର୍ତ୍ତମାନ କୋଭିଡ କାର୍ୟ୍ୟ ହିଁ ପରିଚାଳନା କରାଯିବ। ବାକି ସବୁ କାର୍ୟ୍ୟ ବନ୍ଦ ରହିବ। ଅନ୍ୟପଟେ କାର୍ଯ୍ୟାଳୟର ମୁଖ୍ୟ କିରାଣିଙ୍କ କରୋନାରେ ମୃତ୍ୟୁ ଘଟିଥିବା ଜଣାପଡିଛି। କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ସକାଳେ ତାଙ୍କର ମୃତ୍ୟୁ ଘଟିଥିବା ବିଏମ୍ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି । ଏହା ବ୍ୟତିତ ବିଏମ୍ସି କାର୍ୟ୍ୟାଳୟର କିଛି କର୍ମଚାରୀ ମଧ୍ୟ କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସେ କହିଛନ୍ତି । ଏ ନେଇ ବୁଧବାରଠାରୁ ଆସନ୍ତା ୧୪ ଦିନ ପାଇଁ ବିଏମ୍ସି କାର୍ୟ୍ୟାଳୟ ବନ୍ଦ ରହିବ। କେବଳ କୋଭିଡ କାର୍ୟ୍ୟରେ ନିୟୋଜିତ ବିଭାଗ, ସ୍ବାସ୍ଥ୍ୟ ବିଭାଗ ବ୍ୟତୀତ ସମସ୍ତ ବିଭାଗକୁ ବନ୍ଦ କରାଯାଇଥିବା ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

Related posts

ଭୁବନେଶ୍ବରରୁ ଆଉ ୨୨ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ଆସନ୍ତା କାଲି ଓଡିଶାରେ ପ୍ରଚାର କରିବେ ଦୁଇ କେନ୍ଦ୍ରୀୟ ନେତା

mahabharatanews

ଖଣ୍ଡିହୁଡି ତାରିଣୀ ମନ୍ଦିର ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

mahabharatanews