ଓଡିଶା

କାଲିଠୁ ୪ ଦିନ ପର୍ଯ୍ୟନ୍ତ ବ୍ରହ୍ମପୁର ସଟଡାଉନ

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଆଜି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୫୦ କରୋନା ପଜିଟିଭ ବିହ୍ନଟ ହୋଇଛନ୍ତି । ତେବେ ବ୍ରହ୍ମପୁର ସହରରେ ମଧ୍ୟ ସ୍ଥିତି ଅଣାୟାତ୍ତ ହେଉଥିବରୁ ଶନିବାର ଠାରୁ ବ୍ରହ୍ମପୁର ସହରକୁ ଜିଲ୍ଲା ପ୍ରଶାସନ ୪ ଦିନ ପାଇଁ ସଟଡାଉନ ଘୋଷଣା କରିଛି । ସହରରେ କରୋନା ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ୨୭ରୁ ୩୦ ତାରିଖ ପର୍ୟ୍ୟନ୍ତ ବ୍ରହ୍ମପୁର ସମ୍ପୂର୍ଣ୍ଣ ସଟଡାଉନର ରହିବ ବୋଲି ଗଜ୍ଞାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି । ଏହି ୪ ଦିନ କେବଳ ସ୍ୱାସ୍ଥ୍ୟସେବା, ଦୁଗ୍ଧ ବଣ୍ଟନ ପରି ଅତ୍ୟାବଶ୍ୟକ ସେବା ଚାଲୁ ରହିବ କିନ୍ତୁ ସମସ୍ତ ଦୋକାନ, ବଜାର, ଅଫିସ୍ ଆଦି ବନ୍ଦ ରହିବ। ଅନ୍ୟପଟେ ଏହି ସଟଡାଉନ ସମୟରେ ବ୍ରହ୍ମପୁର ସହରରେ ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ । ଆକ୍ଟିଭ କଣ୍ଟାକ୍ଟ ଟ୍ରେସିଂ, ଲକ୍ଷଣ ଯାଞ୍ଚ, ଆଇସୋଲେଶନ ଓ ହୋମ୍ କ୍ୱାରାଣ୍ଟାଇନରେ ଥିବା ଲୋକଙ୍କ ଯାଞ୍ଚ ପାଇଁ ଏପରି କଡ଼ା ପଦକ୍ଷେପ ନିଆଯାଇଥିବା ଜିଲ୍ଲାପାଳ କହିଛନ୍ତି। ଏଥିପାଇଁ ୭୦ଟି ସ୍ବାସ୍ଥ୍ୟ ଟିମ୍ ଗଠନ କରାଯାଇଛି। ଏହି ଟିମ୍ ବ୍ରହ୍ମପୁର ସହରର ଘର ଘର ବୁଲି ଜ୍ୱର, କାଶ, ମଧୁମେହ, ଡାଇରିଆ ଆଦ ଲକ୍ଷଣ ଥିବା ଲୋକଙ୍କ ଯାଞ୍ଚ କରିବେ। ଏପରି ଲକ୍ଷଣ ଥିଲେ ନ ଲୁଚାଇବାକୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସହରବାସୀଙ୍କୁ ଅନୁରୋଧ କରିଛନ୍ତି।

Related posts

ଗଞ୍ଜାମ ସହରାଞ୍ଚଳରେ ଆଜିଠୁ ପୁଣି ହେଲଥ୍ ସ୍କ୍ରିନିଂ

mahabharatanews

ବସ-ଟ୍ରକ୍ ମୁହାଁମୁହିଁ ଧକ୍କା, ୨୦ରୁ ଉଦ୍ଧ୍ୱର୍ ଯାତ୍ରୀ ଆହତ

mahabharatanews

ଶ୍ରୀମନ୍ଦିର ହୁଣ୍ଡିରୁ ୧ କିଲୋ ୮୦୦ ମିଲିଗ୍ରାମର ସୁନା

mahabharatanews