ଜଳେଶ୍ୱର: ରାଜ୍ୟ ସରକାର ଗ୍ରାମାଞ୍ଚଳ ଲୋକଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ କରିବା ଲକ୍ଷ୍ୟରେ ଅଞ୍ଚଳର ଉତ୍ପାଦନକୁ ଦୃଷ୍ଟିରେ ରଖି କୁଟୀର ଶିଳ୍ପର ବ୍ୟବସ୍ଥା କରିଛନ୍ତି । ବିଭିନ୍ନ ଗୋଷ୍ଠୀକୁ ନେଇ ଏହି ଶିଳ୍ପରେ ଉତ୍ପାଦନ କରାଯାଇଛି ଓ ତାହାକୁ ସରକାର ବିକିବାର ବ୍ୟବସ୍ଥା କରି ଏଥିରେ ନିୟୋଜିତ ଗୋଷ୍ଠୀର ସଦସ୍ୟଙ୍କୁ ସେମାନଙ୍କ ପ୍ରାପ୍ୟ ଯୋଗାଇବାର ବ୍ୟବସ୍ଥ।। କରୁଥିବା କହୁଛନ୍ତି । ଏହି କ୍ରମରେ ଗୋଟିଏ କୁଟୀର ଶିଳ୍ପ ହେଉଛି ଶାଳପତ୍ର ଶିଳ୍ପ । ଶାଳ ପତ୍ରରେ ବିଭିନ୍ନ ଖଲି, ଥାଳି, ଦନା ଆଦି ତିଆରି କରାଯାଉଛି । ଆଜି ପ୍ଲାଷ୍ଟିକର ବ୍ୟବହାର ଉପରେ କଟକଣା ଲଗାଇବା ପରେ ଶାଳ ପତ୍ର ସାମଗ୍ରୀର ଚାହିଦା ବଢିଛି । କିନ୍ତୁ ସରକାରୀ ଆନ୍ତରିକତା ଓ ପ୍ରୋତ୍ସାହନର ଅଭାବ କାରଣୁ ଏହା ସହିତ ଜଡିତ ଲୋକେ ସେମାନଙ୍କ ପାରିଶ୍ରମିକ ପାଇବାରୁ ବଞ୍ଚିତ ହେ।।ଇ ନାନା ଦୁଃଖ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି । ବାଲେଶ୍ୱରର କିଛି ଅଞ୍ଚଳରେ ଲୋକେ ଶାଳପତ୍ରର ଥାଳି ଦନା ଆଦି ତିଆରି କରି ପରିବାର ପୋଷୁଛନ୍ତି । କିନ୍ତୁ ସରକାରୀ ପ୍ରୋତ୍ସାହନା ଅଭାବରୁ ଏହି କାରିଗରମାନେ ସେମାନଙ୍କୁ ସାମଗ୍ରୀର ଉପଯୁକ୍ତ ମୂଲ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି । ଫଳରେ ନିକଟବର୍ତ୍ତୀ ଇଲାକାରେ ଥିବା ହୋଟେଲ, ମନ୍ଦିର, ମଠରେ ସେମ।।ନଙ୍କ ସାମଗ୍ରୀ ସିଧାସଳଖ ବିକିବାକୁ ବାଧ୍ୟ ହେଉଛନ୍ତି । ତେଣୁ ସେମାନଙ୍କୁ ଉକ୍ତ ସଂସ୍ଥା ଓ ବ୍ୟବସାୟୀ ଶୋଷଣ କରୁଛନ୍ତି । ତେଣୁ ସରକାର ଏହି ଶିଳ୍ପ ସହ ଜଡିତ ଲୋକଙ୍କୁ ଚିହ୍ନଟ କରି ସେମାନଙ୍କ ସାମଗ୍ରୀ ଓରମାସ ମାଧ୍ୟମରେ ବିକ୍ରି କରି ସେମାନଙ୍କ ଜୀବନ ଧାରଣ ମାନକୁ ସୁଦୃଢ କରିବାକୁ ଦାବି ହେଉଛି । ତଥା ଏମାନଙ୍କୁ ତୁରନ୍ତ ବୀମା ଭୂକ୍ତ କରିବାକୁ ମଧ୍ୟ ଦାବି ହେଉଛି ।
previous post
next post