Uncategorized

ଆସିଲା ଭାରତ କଲର

ନୂଆଦିଲ୍ଲୀ: ଆଜିକାଲି ଅଜଣା ନମ୍ବରରୁ କଲ କରି କିଛି ଅସାମାଜିକ ଲୋକ ସମସ୍ତଙ୍କୁ ହଇରାଣ କରନ୍ତି । ଫଳରେ ଅନେକ ଲୋକ ଅଜଣା ନମ୍ବରରୁ କଲ ଆସିଲେ ରିସିଭ କରିବା ପାଇଁ କୁଣ୍ଠାବୋଧ କରିଥାନ୍ତି । ଯାହାଦ୍ୱାରା କିଛି ଦରକାରୀ ଏବଂ ଗୁରୁତ୍ୱପୂର୍ଣ୍ଣ କଲ ମଧ୍ୟ ମିସ କରିଥାନ୍ତି । ତେବେ ଏସବୁ ସମସ୍ୟାକୁ ଦୂର କରିବା ପାଇଁ ଟ୍ରୁ କଲର ଭଳି ମୋବାଇଲ ଆପ୍ସ ସହାୟକ ହୋଇଛି । କିନ୍ତୁ ଏହା ଏକ ବିଦେଶୀ ଆପ ହୋଇଥିବାରୁ ଏହା ଦ୍ୱାରା ବ୍ୟକ୍ତିଗତ ତଥ୍ୟ ଚୋରି ହେବାର ଭୟ ରହିଛି । ତେଣୁ ଭାରତ ଏହାର ଏକ ବିକଳ୍ପ ଆପ ନିର୍ମାଣ କରିସାରିଛି । ଗତ ଅଗଷ୍ଟ ୧୫ ସ୍ୱଧୀନତା ଦିବସ ଅବସରରେ ଏହି ଆପକୁ ଲଞ୍ଚ କରାଯାଇଛି । ‘ଭାରତ କଲର’ ଟ୍ରୁକଲର ଆପ ଅପେକ୍ଷା ଅନେକ ମାମଲାରେ ଆଗରେ ରହିଥିବା କହିଛନ୍ତି ଏହାର ନିର୍ମାତା ।


ଭାରତ କଲର ଆପ ଭଳି ଏକ କଲର ଆଇଡି ଆପକୁ ନିର୍ମାଣ କରିଛନ୍ତି କିଛି ଇଞ୍ଜିନିୟର । ଏହି ଆପ ଟ୍ରୁକଲର ଆପର ଏକ ବିକଳ୍ପ ଭାବେ କାମ କରିପାରିବ ବୋଲି କହିଛନ୍ତି ଆପର ମୁଖ୍ୟ ପ୍ରସ୍ତୁତକାରୀ ତଥା ଆଇଆଇଏମ ବେଙ୍ଗଲୁରୁର ପୂର୍ବତନ ଛାତ୍ର ପ୍ରଜ୍ଜ୍ୱଳ ସିହ୍ନା । ଏହା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ବୋଲି ମଧ୍ୟ ସେ ଦାବି କରିଛନ୍ତି । କିଛି ଦିନ ପୂର୍ବରୁ ସେନା ଦେଶରେ ଟ୍ରୁକଲର ଆପକୁ ବ୍ୟାନ କରିଥିଲା । ତେଣୁ ସେମାନେ ସ୍ୱଦେଶୀ ଆପ ବାହାର କରିବାକୁ ଯୋଜନା କରିଥିଲେ । ଯାହା ସଫଳ ହୋଇଛି । ୨୦୨୦ ଡିସେମ୍ବରରୁ ଆପ ଉପରେ କାମ ଆରମ୍ଭ ହୋଇଥିଲା । ଟ୍ରାଏଲ୍ସରେ ସଫଳ ହେବା ପରେ ଏହାର ପ୍ରଥମ ଭର୍ଜନ ଲଞ୍ଚ କରାଯାଇଛି ।ଏଥିରେ ୟୁଜର କଣ୍ଟାକ୍ଟସ୍, କଲ୍ ଲଗସ୍ ସର୍ଭରରେ ସେଭ୍ ହେବ ନାହିଁ । ଫଳରେ ଗୋପନୀୟିତା ଉପରେ କୌଣସି ପ୍ରଭାବ ପଡିବ ନାହିଁ । ଏହାକୁ ବିଭିନ୍ନ ଭାରତୀୟ ଭାଷାରେ ଲଞ୍ଚ୍ କରାଯାଇଛି । ୟୁଜରମାନଙ୍କୁ ଇଂରାଜୀ, ଗୁଜରାଟୀ, ବାଂଲା, ମରାଠି ଆଦି ଭାଷାର ବିକଳ୍ପ ମିଳିବ । ଆଣ୍ଡ୍ରୋଏଡ୍ ଓ ଆଇଓଏସ ୟୁଜର ଆପ୍ ଷ୍ଟୋରରୁ ଡାଉନଲୋଡ୍ କରି ଭାରତ କଲରରୁ ବ୍ୟବହାର କରିପାରିବେ ବୋଲି ନିର୍ମାତା କହିଛନ୍ତି।

Related posts

ସିଏଏ ବିରୋଧୀ ପ୍ରଦର୍ଶନରେ ପୁଲିସ ଉପରେ ପଥର ମାଡ

mahabharatanews

କଟକଣା ମଧ୍ୟରେ କେବଳ ପୁରୀରେ ଗଡିବ ରଥ

mahabharatanews

ଅନ୍ୟକୁ ଦୋଷ ଦେବା କୋଭିଡ ସମସ୍ୟାର ସମାଧାନ ନୁହେଁ: ଚୀନ

mahabharatanews