ଓଡିଶାରାଜନୀତି

ମତଦାନ ସାବ୍ୟସ୍ତ କଲେ ରାଜଧାନୀ ଭୁବନେଶ୍ୱରର ୩ ମେୟର ପ୍ରାର୍ଥୀ

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ଚାଲିଛି ମତଦାନ ପ୍ରକ୍ରିୟା । ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟିଂ । ଏନଏସି, ପୌର ଏବଂ ମହାନଗର ନିଗମକୁ ମିଶାଇ ୧୭ ଶହ ୩୭ ୱାର୍ଡରେ ଚାଲିଛି ନିର୍ବାଚନ । ୪ ହଜାର ୩୭୩ ବୁଥରେ ମୋଟ ୪୦ ଲକ୍ଷରୁ ଅଧିକ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ ।ତେବେ ଏହି ପୌର ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି 5T ସଚିବ ପର୍ଯ୍ୟନ୍ତ ଭୋଟ ଦେଇଛନ୍ତି ବହୁ ରାଜନେତା ଓ ପ୍ରଶାସନିକ ଅଧିକାରୀ ।

ଅନ୍ୟପକ୍ଷେ, ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ସ୍ମାର୍ଟ ସିଟି ଭୁବନେଶ୍ୱର ୩ ମେୟର ପ୍ରାର୍ଥୀ । ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ଆଜି ନୟାପଲ୍ଲୀ ଉତ୍କଳମଣି ସରକାରୀ ୟୁପି ସ୍କୁଲର ୪୦୭ ନମ୍ବର ବୁଥ୍ ରେ ଯାଇ ମତଦାନ କରିଛନ୍ତି । ସୁଲୋଚନା ନିଜ ସମର୍ଥକଙ୍କ ସହ ଆସି ଭୋଟ ଦେଇଥିଲେ । ସେହିଭଳି ବିଜେପି ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡ ମଧ୍ୟ ଭୋଟଦାନ କରିଛନ୍ତି । ସେ ଝାରପଡ଼ା ହାଇସ୍କୁଲକୁ ଯାଇ ମତଦାନ କରିଛନ୍ତି । ଦଳୀୟ କର୍ମୀଙ୍କ ସହ ଯାଇ ଭୋଟ ଦେଇଥିଲେ ବିଜେପି ମେୟର ପ୍ରାର୍ଥୀ ।କଂଗ୍ରେସ ମେୟର ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ ମଧ୍ୟ ନିଜ ମତ ସାବ୍ୟସ୍ତ କରିଛନ୍ତି । ସେ ଆଇଆରସି ଭିଲେଜରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ସେକ୍ଟର ୱାନର ୨୫୩ ନମ୍ବର ବୁଥରେ ମତଦାନ କରିଛନ୍ତି । ନିଜେ ଦଳୀୟ ସମର୍ଥକଙ୍କ ସହ ସେ ମତଦାନ କେନ୍ଦ୍ରକୁ ଯାଇ ଭୋଟିଂ କରିଛନ୍ତି ।

ସେହିଭଳି, ଭୁବନେଶ୍ୱର ମହାନଗର ନିଗମର ୫୩ ନମ୍ବର ଓ୍ୱାର୍ଡରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଆଜି ନବୀନ ନିବାସରୁ ବାହାରି ଚାଲି ଚାଲି ଆସି ବୁଥରେ ପହଞ୍ଚି ଭୋଟ୍ ଦେଇଥିଲେ । ସେହପରି ସକାଳୁ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ସହ ତାଙ୍କ ପତ୍ନୀ ତଥା ମିଶନ ଶକ୍ତି ସଚିବ ସୁଜାତା କାର୍ତିକେୟ ପାଣ୍ଡିଆନ ମତାଧିକାର ସାବ୍ୟସ୍ତ କରିଛନ୍ତି । ୫ଟି ସଚିବ ୪୬ ନଂ ୱାର୍ଡରେ ନିଜର ମତ ସାବ୍ୟସ୍ତ କରିଛନ୍ତି ।

Related posts

କାଳବୈଶାଖୀ ବର୍ଷା: ମତ୍ସ୍ୟଜୀବୀଙ୍କ ସମୁଦ୍ରକୁ ମନା 

mahabharatanews

ଆଜି ପୀଠେ ଦଶହରା , ମଣ୍ଡପରେ ମହାନବମୀ

mahabharatanews

ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲରେ ଶ୍ରୀ ପାଣ୍ଡିଆନ୍

mahabharatanews