ଓଡିଶା

ଆଜିଠୁ ଭୁବନେଶ୍ବରରେ ସ୍ବାଭାବିକ ହେବ ଟ୍ରେନ୍ ସେବା

(ଭୁବନେଶ୍ୱର) : ଆଜିଠୁ ଭୁବନେଶ୍ବର ରେଳ ଷ୍ଟେସନରେ ସ୍ବାଭାବିକ ହେବ ଟ୍ରେନ୍ ସେବା । ଭୁବନେଶ୍ବରରେ ରେଳ ଷ୍ଟେସନରେ ସାଙ୍କେତିକ ପ୍ରଣାଳୀର ପୁନଃ-ବ୍ୟବସ୍ଥିତ ହୋଇଛି ବୋଲି ସୂଚନା ମିଳିଛି । ଭୁବନେଶ୍ବର ଦେଇଯାଉଥିବା କିଛି ଟ୍ରେନ୍‌କୁ ସାମୟିକ ଭାବେ ବାତିଲ କରାଯାଇଥିଲା ।

ସୂଚନାନୁଯାୟୀ , ଭୁବନେଶ୍ୱର- ମଞ୍ଚେଶ୍ୱର୍ ଷ୍ଟେସନ ମଧ୍ୟରେ ତୃତୀୟ ରେଳ ଲାଇନ କାମ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଇଣ୍ଟରଲକିଂ ଓ ସିଗନାଲିଂକୁ ପୁନଃବ୍ୟବସ୍ଥିତ କରାଯାଉଥିଲା । ତେଣୁ ଭୁବନେଶ୍ୱର ଷ୍ଟେସନକୁ କୌଣସି ଟ୍ରେନ ଆସିପାରୁ ନଥିଲା । ରେଳ ନିରାପତ୍ତା ଆୟୁକ୍ତ ଖୋର୍ଦ୍ଧା ରୋଡ୍-ବାରଙ୍ଗ ତୃତୀୟ ଲାଇନ୍ ପ୍ରକଳ୍ପର ମଞ୍ଚେଶ୍ବର ଏବଂ ଭୁବନେଶ୍ବର ମଧ୍ୟରେ ଶେଷ ପର୍ଯ୍ୟାୟ କାର୍ଯ୍ୟର ସାଙ୍କେତିକ ପ୍ରଣାଳୀକୁ ଯାଞ୍ଚ କରିଛନ୍ତି । ତେବେ ଆଜିଠୁ ଟ୍ରେନ ଯାତାୟତ ସ୍ଵାଭାବିକ ହେବ ।

Related posts

ଭି,ଏସ୍,ଏସ୍ ନଗରରେ ବନମହୋତ୍ସବ ସପ୍ତାହ ପାଳନ ଓ ବୃକ୍ଷ ରୋପଣ କାର୍ୟ୍ୟକ୍ରମ

mahabharatanews

ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ

mahabharatanews

ରାଇରଙ୍ଗପୁରରେ ଦୁଇ ଦିବସୀୟ ରଥଯାତ୍ରାର ଶୁଭାରମ୍ଭ

mahabharatanews