ଓଡିଶା

ଭିଜିଲାନ୍ସ ପଞ୍ଝାରେ ବାଲିପାଟଣା ଥାନା ଏଏସଆଇ

ଭୁବନଶ୍ୱର : ଭିଜିଲାନ୍ସ ପଞ୍ଝାରେ ବାଲିପାଟଣା ଥାନା ଏଏସଆଇ ପୁଷ୍ପଲତା ପାଇକରାୟ । ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ରେଡ ହ୍ୟାଣ୍ଡରେ ଧରିଲା ଭୁବନେଶ୍ୱର ଭିଜିଲାନ୍ସ ଟିମ । ୨୦୨୦ ମସିହାର ଏକ ମାରପିଟ୍ କେସ୍ ପାଇଁ ଲାଞ୍ଚ ନେଉଥିଲେ ଏଏସଆଇ। ସୂଚନା ଅନୁସାରେ ,କଣ୍ଟାପଡା ଗ୍ରାମର ନୃସିଂହ ସେନାପତିଙ୍କର ୨୦୨୦ରେ ମାରପିଟ ହୋଇଥିଲା । ଏନେଇ ବାଲିପାଟଣା ଥାନାରେ ଏତଲା ହୋଇଥିଲା । ଆକ୍ରମଣକାରୀଙ୍କୁ ଗିରଫ କରିବା ଏବଂ କେସର୍ ଉପଯୁକ୍ତ ତଦନ୍ତ ପାଇଁ ୫ ହଜାର ଟଙ୍କା ଦାବି କରିଥିଲେ ଏଏସଆଇ ପୁଷ୍ପଲତା । ଏନେଇ ନୃସିଂହ ଭିଜିଲାନ୍ସରେ ଲିଖିତ ଅଭିଯୋଗ କରିଥିଲେ। ପରେ ରେଡି ହ୍ୟାଣ୍ଡରେ ଧରିବା ପାଇଁ ଯୋଜନା କରାଯାଇଥିଲା ।

ଯୋଜନା ମୁତାବକ ୭ ଜଣିଆ ଭିଜିଲାନ୍ସ ଟିମ୍ ନିକଟରେ ରହିଥିଲେ । ନୃସିଂହଙ୍କ ଠାରୁ ଏଏସଆଇ ପୁଷ୍ପଲତା ପାଇକରାୟ ୫ ହଜାର ଟଙ୍କା ତାଙ୍କ ସରକାରୀ କ୍ୱାର୍ଟରରେ ନେଇଥିଲେ। ଏହାପରେ ତାଙ୍କୁ ସିଧାସଳକ ୫ ହଜାର ଟଙ୍କା ସହ ଭିଜିଲାନ୍ସ ଟିମ ଧରିଥିଲେ । ଏହାସହ ବାଲିପାଟଣା ଥାନା ପରିସରରେ ଏଏସଆଇଙ୍କ ଫାଇଲକୁ ଚେକ୍ କରିଛି ଭିଜିଲାନ୍ସ । କିଛି କାଗଜପତ୍ର ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି ।

 

Related posts

ରାଜଧାନୀର ରାସ୍ତା ନେବ ନୂଆ ରୂପ

mahabharatanews

ଗୃହକୁ ଆସନ୍ତାକାଲି ପୂର୍ବାହ୍ନ ୧୦:୩୦ ମିନିଟ ପର୍ଯ୍ୟନ୍ତ ମୁଲତବି ଘୋଷଣା କଲେ ବାଚସ୍ପତି

mahabharatanews

୧୦୦ଟି ଭେଣ୍ଟିଲେଟର ସହ ଆଇସିୟୁ ବେଡ଼ର ଶୁଭାରମ୍ଭ

mahabharatanews