ଭାରତ

ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ Y କାଟାଗୋରୀ ସୁରକ୍ଷା

(ମୁମ୍ବାଇ) : “ଦି କାଶ୍ମୀର ଫାଇଲ୍ସ”ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ମିଳିଲା Y କାଟାଗୋରୀ ସୁରକ୍ଷା। “ଦି କାଶ୍ମୀର ଫାଇଲ୍ସ” ଫିଲ୍ମ ରିଲିଜ ହେବା ପରଠୁ ବିଭିନ୍ନ ଆଡ଼ୁ ବିବେକଙ୍କୁ ଧମକ ମିଳୁଥିବାରୁ ତାଙ୍କୁ ଯୋଗାଇ ଦିଆଯାଇଛି ଏହି ସୁରକ୍ଷା। Y କାଟାଗୋରୀ ସୁରକ୍ଷାର ପ୍ରୋଟକଲ ଅନୁଯାୟୀ, ସମଗ୍ର ଦେଶରେ ବିବେକ ଯେଉଁଠାକୁ ବି ଯିବେ, ସେଠାରେ ତାଙ୍କୁ ଏହି ସୁରକ୍ଷା ଯୋଗାଇ ଦିଆଯିବ ।

ସୂଚନାନୁଯାୟୀ , ଭିଆଇପିଙ୍କୁ ମିଳୁଥିବା ଏହି ସୁରକ୍ଷା ବ୍ୟବସ୍ଥା ଏବେ ବିବେକଙ୍କ ପାଇଁ ଲାଗୁ ହେବ । ୮ ସୁରକ୍ଷା କର୍ମୀ ସବୁବେଳେ ବିବେକଙ୍କ ସୁରକ୍ଷା ନିମନ୍ତେ ନିୟୋଜିତ ରହିବେ। ୩ ସିଫ୍ଟରେ ୩ ପିଏସଓ ବିବେକଙ୍କୁ ସୁରକ୍ଷା ପ୍ରଦାନ କରିବେ। ତାଙ୍କ ଘର ଆଗରେ ୫ ସଶସ୍ତ୍ର ସୁରକ୍ଷା କର୍ମୀ ନିୟୋଜିତ ହେବେ।

 

Related posts

 ପଞ୍ଜାବରେ ବିଷାକ୍ତ ମଦ ଜନିତ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି 

mahabharatanews

ଚନ୍ଦ୍ରଯାନ-୩ ଲଞ୍ଚ ପୂର୍ବରୁ ତିରୁପତି ଗଲେ ବୈଜ୍ଞାନିକ

mahabharatanews

ଦିଲ୍ଲୀରେ ପ୍ରବଳ ଥଣ୍ଡା, ବିମାନ ଏବଂ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ 

mahabharatanews