ଓଡିଶା

ବଡଦିନ ଓ ନୂଆ ବର୍ଷ ପାଇଁ କମିଶନରେଟ ପୋଲିସ ତରଫରୁ ପଦକ୍ଷେପ 

(ଭୁବନେଶ୍ୱର) : ଆଜି ବଡ ଦିନ । ଆଉ ୪ଦିନ ପରେ ନୂଆ ବର୍ଷ । ବଡ ଦିନ ଓ ଜିରୋ ନାଇଟ ପାଇଁ କମିଶନରେଟ୍ ପୋଲିସ ସ୍ଵତନ୍ତ୍ର ଗାଇଡଲାଇନ୍ କରିଛି । ଡ୍ରଙ୍କ ଆଣ୍ଡ ଡ୍ରାଇଭକୁ ଆହୁରି ଜୋରଦାର କରାଯିବ ବୋଲି ନିଷ୍ପତ୍ତି ନେଇଛି । ଏ ନେଇ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି ।

ସୂଚନାନୁଯାୟୀ , କଟକ ଭୁବନେଶ୍ବର କମିଶନରେଟ ପୋଲିସ ତରଫରୁ ପଦକ୍ଷେପ ଆରମ୍ଭ ହୋଇଯାଇଛି । ବିଶେଷ କରି ମଦ ପିଇ ଗାଡି ଚଳାଉଥିବା ବ୍ୟକ୍ତିଙ୍କ ଉପରେ ପୋଲିସ ଅଧିକ ନଜର ରଖିବ । ବଡ ଦିନ ଉପଲକ୍ଷେ ବିଭିନ୍ନ ଚର୍ଚ୍ଚରେ ସୁରକ୍ଷା ବ୍ୟବସ୍ଥା କରାଯାଉଛି । ମଦୁଆ ଚାଳକଙ୍କୁ ନିୟନ୍ତ୍ରଣ କରିବା ପାଇଁ ଭୁବନେଶ୍ଵରର ବିଭିନ୍ନ ରାସ୍ତାକୁ ଜାମ କରାଯାଇ ଚେକିଂ କରାଯିବ । ଯେଉଁମାନେ ମଦ ପିଇ ଗାଡି ଚାଳନା କରୁଥିବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠନ ନିଆଯିବ । ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ, ଘନ କୁହୁଡି ପାଇଁ ସତର୍କ ସୂଚନା ଜାରି ଏଥିସହିତ ଜିରୋ ନାଇଟ ପାଳନ କରୁଥିବା ସ୍ଥାନଗୁଡିକରେ ବିଶେଷ ସୁରକ୍ଷା ବ୍ୟବସ୍ଥା କରାଯିବ । ଜିରୋ ନାଇଟ ଉପରେ କଡା ନଜର ରଖିଛି କମିଶନରେଟ୍ ପୋଲିସ ।

 

Related posts

ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ନିବାସର ଭିତ୍ତି ପ୍ରସ୍ତର ଶିଳାନ୍ୟାସ ଅନୁଷ୍ଠିତ

mahabharatanews

ଦାଦାବଟି ନ ଦେବାରୁ ପୂର୍ବତନ ସରପଞ୍ଚଙ୍କୁ ନକ୍ସଲଙ୍କ ମାଡ

mahabharatanews

ଶ୍ରୀମନ୍ଦିର ମୁଖ୍ୟ ପ୍ରସାଶକ IAS କ୍ରିଷନ କୁମାରଙ୍କୁ ନୂଆ ଦାୟିତ୍ୱ

mahabharatanews