ପୁରୀ: ପୂର୍ବ ନୀତି ନିର୍ଘଣ୍ଟ ମଧ୍ୟରେ ଚତୁର୍ଦ୍ଧାମୂର୍ତ୍ତି ରଥାରୁଢ ହେବା ପରେ ଛେରା ପହଁରା କାର୍ୟ୍ୟ ଶେଷ ହୋଇଛି । ଏହା ପରେ ତିନି ରଥରୁ ଚାରଣ ମାଳା ଖୋଲାଯାଇ ରଥ ଟଣା ଆରମ୍ଭ ହୋଇଯାଇଛି । ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ପୁରୀକୁ ସଟଡାଉନ କରାଯାଇ ଏହି କାର୍ୟ୍ୟ ସମ୍ପାଦନ କରାଯାଉଛି । ଚଳିତ ବର୍ଷ ଭକ୍ତ ବିହୀନ ରଥ ହେଉଥିଲେ ମଧ୍ୟ ସମସ୍ତ କାର୍ୟ୍ୟ ବେଶ ସୁରୁଖୁରୁରେ ଆଗେଇ ଚାଲିଛି । ପ୍ରଭୁ ବଳଭଦ୍ରଙ୍କ ରଥକୁ ଭକ୍ତି ଚିତ୍ତରେ ଭକ୍ତ ଭିଡି ନେଉଛନ୍ତି । ପୂର୍ବ ନିର୍ଘଣ୍ଟ ଅନୁଯାୟୀ ୧୨ଟାରେ ରଥ ଟଙ୍କା କାର୍ୟ୍ୟ ଆରମ୍ଭ ହୋଇଯାଇଥିବାରୁ ପ୍ରଶାସନ ଆଶ୍ୱସ୍ତ ଅଛି ।
ତାଳଧ୍ବଜ, ଦେବଦଳନ ଓ ନନ୍ଦିଘୋଷ ତିନି ରଥରେ ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରା ପହଁରା କରିଛନ୍ତି। ଏହା ପୂର୍ବରୁ ରଥାରୂଢ଼ ୩ ଠାକୁରଙ୍କୁ ଜଗଦଗୁରୁ ଶଙ୍କରାଚାର୍ୟ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ଦର୍ଶନ କରିଥିଲେ। ସେ ବଳଭଦ୍ର, ମା’ ସୁଭଦ୍ରା ଓ ଜଗନ୍ନାଥଙ୍କ ଦର୍ଶନ ଲାଭ କରିଥିଲେ।
ତେବେ ପୁରୀକୁ ଯାଇ ମାହାପ୍ରଭୁଙ୍କୁ ରଥାରୁଢ ହେବା ପ୍ରତ୍ୟକ୍ଷରେ ଦର୍ଶନ କରି ପାରିନଥିବାରୁ ଭକ୍ତଙ୍କ ମଧ୍ୟରେ ଦୁଃଖ ରହିଥିଲେ ମଧ୍ୟ ସାମ୍ପ୍ରଦିକ ସ୍ଥିତିକୁ ନେଇ ଏହା ସମୟର ଆହ୍ୱାନ ମାନି ଏହାକୁ ଭକ୍ତ ଆପଣେଇ ନେବା ସହ ଟେଲିଭିଜନରେ ମହାପ୍ରଭୁଙ୍କ ଘୋଷଯାତ୍ରା ଅବଲୋକନ କରି ନିଜକୁ ଧନ୍ୟ ମନେକରୁଛନ୍ତି ।
previous post
