ଓଡିଶା

ବିଜେପୁରରେ ଆଇସିଆଇସିଆଇ ବ୍ୟାଙ୍କ ଶାଖା ଉଦଘାଟିତ

(ମହାଭାରତ, ବରଗଡ): ଆଇସିଆଇସିଆଇ ବ୍ୟାଙ୍କର ଆଉ ଏକ ଶାଖା ବରଗଡ ଜିଲ୍ଲା ବିଜେପୁରରେ ଉଦଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଏହାର ଉଦଘାଟନ କରିଛନ୍ତି । ଏହି ଶାଖା ଖୋଲିବା ଦ୍ୱାରା ବିଜେପୁର ଅଞ୍ଚଳବାସୀ ତଥା ଏଠାକାର ବ୍ୟବସାୟୀ ଓ ଚାଷୀମାନେ ଟଙ୍କା ଉଠାଇବା ପାଇଁ ଦୂର ବାଟ ଆଉ ଯିବାକୁ ପଡିବନି ବୋଲି ବ୍ୟାଙ୍କର ଓଡ଼ିଶା ଓ ଛତିଶଗଡ ଜୋନ ମୁଖ୍ୟ ପ୍ରମୋଦ କୁମାର ରାଉତ ଏହି ଅବସରରେ କହିଥିଲେ । ମୁଖ୍ୟମନ୍ତ୍ରୀ ଏହି ଶାଖାର ଉଦଘାଟନ କରିଥିବାରୁ ସେ ତାଙ୍କୁ ଧନ୍ୟବାଦ ଜଣାଇଥିଲେ ।

Related posts

ଭିଡିଓ କନଫରେନ୍ସିଂରେ ବରୀ ବିଜେପିର ଜନ ସମ୍ବାଦ ରାଲି

mahabharatanews

 ରାଜ୍ୟରେ ୪ ଯାଏଁ ବର୍ଷା ସମ୍ଭାବନା  

mahabharatanews

ସାପ କାମୁଡ଼ା ରୋଗୀକୁ ଝଡ଼ାଫୁଙ୍କା କଲେ, ଚାଲିଗଲା ଜୀବନ

mahabharatanews