ଅପରାଧ

 ୮ ପୁଲିସଙ୍କ ହତ୍ୟାକାରୀ ବିକାଶ ଦୁବେ ଗିରଫ 

ଭୋପାଲ: କାନପୁରରେ ୮ ପୁଲିସ କର୍ମଚାରୀଙ୍କୁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେ ଆଜି ଅତିହିଁ ଫିଲ୍ମ ଷ୍ଟାଇଲରେ ପୁଲିସ ହାତରେ ଲାଗିଛି । ଆଜି ସକାଳ ପ୍ରାୟ ୯ଟା ସମୟରେ ମଧ୍ୟପ୍ରଦେଶର ଉଜୈନ ମହାକାଳ ମନ୍ଦିର ସମ୍ମୁଖରୁ । ବିକାଶକୁ ଧରିବା ପାଇଁ ଉତ୍ତର ପ୍ରଦେଶ ପୁଲିସର ସମସ୍ତ ବ୍ୟବସ୍ଥାକୁ ଫାଙ୍କି ମାରି ଆଜି ମହାକାଳ ମନ୍ଦିର ସମ୍ମୁଖରେ ପୁଲିସ ସର୍ବସାଧାରଣଙ୍କ ସମ୍ମୁଖରେ ବଡପାଟିରେ ‘ମୁଁ ବିକାଶ ଦୁବେ କାନପୁର ବାଲା’ ବୋଲି ବାରମ୍ବାର ଘୋଷଣା କରିବା ପରେ ମଧ୍ୟପ୍ରଦେଶ ପୁଲିସ ବିକାଶକୁ ଗିରଫ କରିଛି ।
ଅପରପକ୍ଷରେ ଆଜି ସକାଳୁ ତ।।ର ଦୁଇ ମୁଖ୍ୟ ସହଯୋଗୀଙ୍କୁ ୟୁପି ପୁଲିସ ଏନକାଉଣ୍ଟର କରିଥିଲା । ଆଜି ବିକାଶ କୌଣସି ନ୍ୟୁଜ ଚାନେଲରେ ଆତ୍ମସମର୍ପଣ କରିବା ନେଇ ଖବର ଆସିବ।। ପରେ ୟୁପି ପୋଲିସ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ସମସ୍ତ ଗାଡିକୁ ତନ୍ନତନ୍ନ କରି ଯାଞ୍ଚ କରିବା ସହ ଲୋକଙ୍କ ମୁହଁରୁ ମାସ୍କ ହଟାଇ ଦେଖୁଥିଲା । କିନ୍ତୁ ବିକାଶ ଦୁବେ ୟୁପି ପୋଲିସର ସମସ୍ତ କଠା ପ୍ରବନ୍ଧକୁ ପଛରେ ପକାଇ ଉଜୈନରେ ପୁଲିସର ହାତରେ ଲାଗିଛି । ମଧ୍ୟପ୍ରଦେଶ ପୁଲିସ ବିକାଶ ଦୁବେକୁ ଗିରଫ କରିଥିବା କହୁଥିବା ବେଳେ କିନ୍ତୁ ମନ୍ଦିର ସମ୍ମୁଖ ଏକ ଭିଡିଓ ଫୁଟେଜରେ ସେ ସେଠାରେ ପହଞ୍ଚି ଫଟୋ ଉଠାଇବା ସହ ନିଜକୁ ବିକାଶ ଦୁବେ କାନପୁର ବାଲା ବୋଲି ଜୋରଜୋରରେ ଚିକ୍ରାର କରିବା ଦେଖିବାକୁ ମିଳିଥିଲା । ଏହାପରେ ସେଠାର ପୁଲିସ ତାକୁ ଗିରଫ କରିଥିଲା ।
ଜୁନ୍‌ ୩ ଏନକାଉଣ୍ଟର ପରେ ବିକାଶ ଫେରାର ଥିଲା। ସେ ଓ ତା’ ସହଯୋଗୀମାନେ ଶୁଟ ଆଉଟ ବେଳେ ୮ ଜଣ ପୁଲିସ୍‌ କର୍ମଚାରୀଙ୍କୁ ହତ୍ୟା କରିଥିଲେ। ଏହାପରେ ତାକୁ ଧରିବା ପାଇଁ ୨୦ଟି ଟିମ ଗଠନ କରାଯାଥିଲା। ବିକାଶକୁ ଖୋଜିବା ବେଳେ ଏକାଧିକ ଏନକାଉଣ୍ଟରେ ତା’ର ୩ ଜଣ ସହଯୋଗୀ ପ୍ରାଣ ହରାଇଛନ୍ତି।
ବିକାଶକୁ ମଧ୍ୟ ପୁଲିସ୍‌ ଏନକାଉଣ୍ଟର କରିବା ପାଇଁ ଯୋଜନା କରିଥିଲା। ତା’ ବିଷୟରେ ସୂଚନା ଦେଲେ ୫ ଳକ୍ଷ ଟଙ୍କାର ପୁରସ୍କାର ମିଳିବ ବୋଲି ମଧ୍ୟ ପୁଲିସ ଘୋଷଣା କରିଥିଲା। ତା’ ଉପରେ ୬୦ରୁ ଅଧିକ ହତ୍ୟା, ଲୁଟ ଓ ଧମକ ଦେଇ ବଟି ଆଦାୟ ଭଳି ମାମଲା ରହିଛି। ପୁଲିସ୍‌ ଠାରୁ ଆରମ୍ଭ କରି ରାଜନୀତିକ ଦଳ ସହ ତା’ର ସମ୍ପର୍କ ଥିବା ମଧ୍ୟ ତଦନ୍ତରୁ ଜଣାପଡ଼ିଛି। ଏବେ ସେ ଗିରଫ ହୋଇଥିବାରୁ ସବୁ ଗୁମର ଫିଟିବାର ସମ୍ଭାବନା ସୃଷ୍ଟି ହୋଇଛି।

Related posts

ଶ୍ୱଶୁର ଜ୍ୱାଇଁ ପରସ୍ପରକୁ ଛୁରାମାଡ

mahabharatanews

ଚୋରା ବିଦେଶୀ ମଦ ଜବତ, ଜଣେ ଗିରଫ

mahabharatanews

ବଳଦ ଖାଇଦେବାରୁ ବାଘକୁ ମାରିଦେଲେ

mahabharatanews