ଓଡିଶାଦୁର୍ଘଟଣା

ବାଇକ୍-ବୋଲେରୋ ମୁହାଁମୁହିଁ ଧକ୍କା, ଦୁଇ ଗୁରୁତର

ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ଅନ୍ତର୍ଗତ ଦେଗାଲ ବୁଡୁଣି ଛକ ନିକଟରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକ୍ ଓ ବୋଲେର ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬୫ ବର୍ଷ ବୟସର ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ଏବଂ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ବୁଡୁଣି ଗ୍ରାମର ମହେଶ୍ୱର କୁସୁଲିଆ ତାଙ୍କ ମା ରୋମାଦେବୀ ଓ ଭଉଣୀଙ୍କୁ ବାଇକ୍ ଯୋଗେ ବିଷମକଟକ ଅଭିମୁଖେ ନେଉଥିବା ବେଳେ ମୁଖ୍ୟ ରାସ୍ତାକୁ ବାହାରୁଥିବା ସମୟରେ ଗୁଣୁପୁର ଅଞ୍ଚଳରୁ ଆସୁଥିବା ଏକ ବୋଲେର ଗାଡ଼ି ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ମହେଶ୍ୱରଙ୍କ ମା ରୋମାଦେବୀ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ଖବର ପାଇ ବିଷମକଟକ ପୋଲିସ୍ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ସବ ବ୍ୟବଛେଦ ପାଇଁ ପଠାଇବା ସହ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି ।

Related posts

ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

mahabharatanews

 ଭାଗବତ ପ୍ରଧାନ ଓ ବିନୋଦ ମହାରଣାଙ୍କୁ ପଦ୍ମଶ୍ରୀ ସମ୍ମାନ

mahabharatanews

୨୧ ଯାଏଁ ପ୍ରବଳ ବର୍ଷା ସମ୍ଭାବନା  

mahabharatanews