ଓଡିଶା

ମହାନାୟକଙ୍କ ଶୁଭ ଜନ୍ମ ଦିବସ

ଭୁବନେଶ୍ୱର: ଓଡିଶାରେ ଓଡିଆକୁ ରାଜ୍ୟ ଭାଷାର ସମ୍ମାନ ଦେଇଥିବା ମହାନ ବ୍ୟକ୍ତି ତଥା ବିପ୍ଳବୀ ପୁରୁଷ ନବକୃଷ୍ଣ ଚୌଧୁରୀଙ୍କର ଆଜି ଜନ୍ମ ଜୟନ୍ତୀ । କେବଳ ବିପ୍ଳବୀ ନୁହେଁ ସ୍ୱାଧୀନତା ସଂଗ୍ରାମର ମଧ୍ୟ ସେ ଥିଲେ ଗୋଟିଏ ଅଂଶ ଆଉ ମୁଖ୍ୟମନ୍ତ୍ରୀ ଭାବରେ ସେଥିଲେ ନିସ୍କଳଙ୍କ । ୨ ବର୍ଷର ମନ୍ତ୍ରୀ ଏବଂ ୬ ବର୍ଷର ମୁଖ୍ୟମନ୍ତ୍ରୀ ପଦରେ ବିଭୂଷିତ ହେଇଥିଲେ ଶ୍ରୀ ଚୌଧୁରୀ ।

Nabakrushna Choudhuri - Profile, Biography and Life History | Veethi
୨୩ ନଭେମ୍ବର ୧୯୦୧, ଜଗତସିଂପୁର ଜିଲ୍ଲା ଖେରସା ଗାଁରେ ଜନ୍ମଗ୍ରହଣ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ । ଦେଶର ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇ ଦେଇ ଦେଶକୁ କରିଥିଲେ ଶତୃହୀନ । ବିଦେଶ ଶାସନରୁ ଦେଶକୁ ସ୍ୱାଧୀନ କରି ଆରମ୍ଭ କରିଥିଲେ ନୂଆ ଅଧ୍ୟାୟ । ୧୯୩୦, ୧୯୩୨, ୧୯୪୦ ଏବଂ ୧୯୪୨ ମସିହାରେ ଭାରତ ଛାଡ ଆନ୍ଦୋଳନର ସେ ଥିଲେ ସ୍ୱତନ୍ତ୍ର ସିପାହୀ । ଏହି ଆନ୍ଦୋଳନ ପାଇଁ ତାଙ୍କୁ କାରାଗାର ମଧ୍ୟ ଯିବାକୁ ପଡିଛି । କିନ୍ତୁ ହାର ନ ମାନି ପଛଘୁଞ୍ଚା ନଦେଇ ସେ ନିଜ ଜିଦରେ ଅଟଳ ରହିଥିଲେ । ଶେଷରେ ଲକ୍ଷ୍ୟଭେଦ କରିଥିଲେ ଶ୍ରୀ ଚୌଧୁରୀ । ବିଦେଶୀ ଶାସନକୁ ତଡି ଭାରତକୁ ମୁକ୍ତ ବିହଙ୍ଗ କରିଥିଲେ । ଏଥି ସହିତ ୧୯୫୬ ମସିହାରେ ମୁଖ୍ୟମନ୍ତ୍ରୀ ପଦରେ ଥିବା ବେଳେ ସେ ପ୍ରଣୟନ କରିଥିଲେ ନିଶା ନିବାରଣ ଆଇନ । ତେବେ ଏହି ଆଇନ ଆଜି ପର୍ଯ୍ୟନ୍ତ ସରକାର କାର୍ଯ୍ୟକାରୀ କରି ନାହାନ୍ତି ।

NABAKRUSHNA CHOUDHURY- THE SOCIALIST LEADER OF ODISHA. - Odisha Links
ଅତି ସାଧାରଣ ଜୀବନ ବିତାଉଥିବା ଏହି ମହାନ ନେତା ଚିରଦିନ ଧରି ଓଡିଶାର ଆଦର୍ଶ ହୋଇ ରହିବେ । ଜଣେ ମହାବ୍ୟକ୍ତିତ୍ୱ, ସ୍ୱଚ୍ଛ ଏବଂ ସଚ୍ଚୋଟ ରାଜନେତା ଭାବେ ସେ ପରିଚିତ । ଓଡିଶାର ଆଗାମୀ ପିଢୀ ପାଇଁ ରାଜନୀତି ଜଗତର ସେ ଜଣେ ବର୍ଷୀୟାନ ଆଉ ସେନାନାୟକ ଭାବେ ସ୍ମରଣୀୟ ହୋଇ ରହିବେ ।

Related posts

କୋଟିପତି ବାବୁଙ୍କ ଗୋଦାମରେ ଚଢାଉ

mahabharatanews

ରାଜ୍ୟରେ ସମୁଦାୟ 51723 ଗାଁ ଅଛି ; ମନ୍ତ୍ରୀ ପ୍ରମିଳା ମଲ୍ଲିକ

mahabharatanews

ରାଜ୍ୟରେ ଆଉ ୧୪୭୪ ନୂଆ କରୋନା ସଂକ୍ରମିତ ଚିହ୍ନଟ

mahabharatanews