ଓଡିଶାରାଜନୀତି

ବିରୋଧୀଙ୍କୁ କଟାକ୍ଷ କଲେ ବିଜେଡି ବିଧାୟକ ଅରୁଣ ସାହୁ

ଭୁବନେଶ୍ୱର:  ବିରୋଧୀଙ୍କୁ କଟାକ୍ଷ କଲେ ବିଜେଡି ବିଧାୟକ ଅରୁଣ ସାହୁ ।  ବିକାଶକୁ ନେଇ ପ୍ରଶ୍ନ ଉଠାଇବା ହେଉଛି ବିରୋଧୀଙ୍କ କାମ । ବିଭିନ୍ନ ତରିକା ବିଭିନ୍ନ ଉପାୟରେ ବିକାଶକୁ ବିରୋଧ କରିବେ ।   ବିରୋଧୀ ଦଳ ଭୂମିକା ଲିଭାଇବା ପାଇଁ ଯୋଗ୍ୟତା ହରେଇ ଲେଣି ।  ମୋର ପରମ ବନ୍ଧୁ ପ୍ରଧାନ ବାବୁ ମୋ ନାଁରେ ତାଙ୍କ ଅନୁଗତଙ୍କୁ ଲଗାଇ ଅପ ପ୍ରଚାର କଲେ ଠିକ୍ ଅଛି ତାର ମଧ୍ୟ ପରିଣାମ ପାଇଲେ ।  ପରିକ୍ରମା ପ୍ରକଳ୍ପକୁ ନେଇ ବିରୋଧ କରିଚାଲିଛନ୍ତି ।  ବ୍ରିଭାନ୍ତିକାରୀ କଥା କହି ଗୋଟେ ସରକାରକୁ ବଦନାମ କରିବାକୁ ଚାହିଁଲେ ଫଳ କଣ ଆସିଲା ସମସ୍ତେ ଜାଣନ୍ତି ।  ବିରୋଧୀ ପାଇଁ ଯୋଗ୍ୟତା ଅଛି କି ନାହିଁ ତାହା ଓଡ଼ିଶା ବାସୀ ଜାଣିଛନ୍ତି ।  ଆଗକୁ ତାଙ୍କୁ ଓଡ଼ିଶା ବାସୀ ଆଉ ବିରୋଧୀ ଭୂମିକା ଦେବେ କି ନାହିଁ ଜଣା ନାହିଁ ।  ସୁପ୍ରିମକୋର୍ଟ ମଧ୍ୟ ଗଲେ କଣ ଫଳ ଭୋଗିଲେ ।  ସେମାନେ ହେଉଛନ୍ତି ଓଡ଼ିଶାର ବିରୋଧୀ, ଓଡ଼ିଶାର ବିକାଶର ବିରୋଧୀ ଓ ଓଡ଼ିଶାର ଉନ୍ନତିର ବିରୋଧୀ । ଗାଁ ଲୋକଙ୍କ ବିକାଶ ହେଲେ ଆପଣଙ୍କୁ କାହିଁକି କଷ୍ଟ ହେଉଛି ।  କାହିଁକି ଆପଣ ମାନେ ଛଟ ପଟ ହେଉଛନ୍ତି । ଖୋଈ ଖିଅ ଯାହା ବାହାର କରୁଛନ୍ତି ଆପଣ ମାନଙ୍କୁ ମୁଁ ଅନୁରୋଧ କରୁଛି ଶେଷ ଅଧିବେଶନରେ ଟିକେ ପଶ୍ଚ୍ୟାତାପ ଓ ଅନୁତାପ କର ।  ଓଡ଼ିଶାବାସୀ ଆପଣ ମାନଙ୍କୁ କ୍ଷମା କରିବେ ନାହିଁ ।  ଆଉ କିଛି ମାସ ପରେ ଓଡ଼ିଶାବାସୀ କ୍ଷମା ଦେବେ ନାହିଁ । ବିକାଶକୁ ବିରୋଧ କରି ଭାରତ ବର୍ଷରେ କେହି ଜିତି ନାହାନ୍ତି କି ଆପଣ ମାନେ ଜିତି ପାରିବେ ନାହିଁ ।

Related posts

ଆଜିଠୁ ଶୁଭାରମ୍ଭ ହେବ ଲକ୍ଷ୍ମୀ ଯୋଜନା

mahabharatanews

ମାଲକାନଗିରି: ଆହାର କେନ୍ଦ୍ରକୁ ଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନ

mahabharatanews

ପାଟଣା ଆଞ୍ଚଳିକ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ

mahabharatanews