ଓଡିଶା

ଗୁଡି ସୂତାରେ କଟିଗଲା ବେକ ଓ ହାତ

ଗୁଡି ସୂତାରେ କଟିଗଲା ବେକ ଓ ହାତ I କାଲି ମକରସଂକ୍ରାନ୍ତି ଉଡ଼ିବ ହଜାର ହଜାର ସଂଖ୍ୟାରେ ଗୁଡି I ହେଲେ ଆଜି ଗୁଡି ସୁତା ନେଇ ଯାଇଥାନ୍ତା ଜୀବନ I ଅଳ୍ପକେ ବର୍ତ୍ତୀଲେ ଯୁବକ I ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ଯୁବକ I ରାଜଧାନୀରେ ଘଟିଲା ଘଟଣା I ଗୁଡି ସୂତାରେ ଗୁରୁତର ଆହତ ହେଲେ ବାଇକ ଚାଳକ I ପୋଖରିପୁଟ ଅଞ୍ଛଲରେ ଘଟିଲା ଅଘଟଣ I କଳ୍ପନା ଅଞ୍ଚଳର କମଳା କାନ୍ତ ନାମକ ଯୁବକ ସ୍କୁଟିରେ ଯାଉଥିବା ବେଳେ ଗୁଡି ସୁତା ଲାଗି ତାଙ୍କ ବେକ କଟିଯାଇଥିଲା I ସଙ୍ଗେ ସଙ୍ଗେ ସୂତା କୁ ବାହାର କରୁକରୁ ହାତରେ ବି ଗଭୀର କ୍ଷତ ସ୍ରୁଷ୍ଟି ହୋଇଛି I ତୁରନ୍ତ ସେଠାରୁ ଉଦ୍ଧାର କରି ତାଙ୍କ  ସାଙ୍ଗ ମାନେ ହସ୍ପିଟାଲରେ ଭର୍ତି କରିଛନ୍ତି I ମାଞ୍ଜା ସୂତାରେ ଯୁବକ ଜଣଙ୍କ ବେକ ରେ ଗଭୀର ଆଘାତ ଲାଗିଥିବା ବେଳେ ହାତର ଆଙ୍ଗୁଳି କଟି ଯାଇଚି I

Related posts

ବହୁବନ୍ଧ ଗ୍ରାମ ରାସ୍ତାକୁ ବନ୍ଦ କଲେ ଗ୍ରାମବାସୀ

mahabharatanews

ଏସସିବିରେ ବିଧାୟକ ପ୍ରଶାନ୍ତ ଜଗଦେବ

mahabharatanews

ପ୍ରବଳ ବର୍ଷା  ସମ୍ଭାବନା;୧୭ ଜିଲ୍ଲାକୁ ଓ୍ଵାର୍ଣ୍ଣିଂ ଜାରି 

mahabharatanews