(ଭୁବନେଶ୍ୱର) : ବିଜେଡି ଉପସଭାପତି ପଦରୁ ସୌମ୍ୟ ପଟ୍ଟନାୟକଙ୍କୁ ହଟାଇଲା ବିଜେଡି । ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକ ତାଙ୍କୁ ବିଜେଡି ସଭାପତି ବହିଷ୍କାର କରିଛନ୍ତି । ଗତ କିଛିଦିନ ଧରି ସେ ଦଳ ବିରୋଧୀ ମନ୍ତବ୍ୟ ଦେଇ ଆସୁଥିଲେ ଖଣ୍ତାପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟ ।
ସୂଚନାନୁଯାୟୀ , ତେବେ ଗତ କିଛି ଦିନ ହେଲା ସେ, ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଓ 5 ଟି ସଚିବଙ୍କ ଗସ୍ତକୁ ନେଇ ବିଜେଡି ସରକାରକୁ ଟାର୍ଗେଟ୍ କରୁଥିଲେ । ତେବେ ସୌମ୍ୟରଞ୍ଜନ ପଟ୍ଟନୟାକଙ୍କୁ ଟାର୍ଗେଟ୍ କରି ଅତନୁ ସବ୍ୟସାଚୀ କହିଥିଲେ, ଦଳରେ ଥାଇ ଦଳକୁ ବ୍ଲାକମେଲ କରୁଛନ୍ତି, ପୂର୍ବରୁ ଅନେକ ଥର ଏମିତି କରିଛନ୍ତି ଏହା ତାଙ୍କ ପୁରୁଣା ଅଭ୍ୟାସ ।
