ଭାରତ

ମଣିପୁର ହିଂସା; ଆତଙ୍କବାଦୀଙ୍କ ଗୁଳିରେ ୩ନିହତ

(ମଣିପୁର) : ଥମୁନି ମଣିପୁର ହିଂସାକାଣ୍ଡ । କାଙ୍ଗ୍‌ପୋପ୍‌କି ଜିଲ୍ଲାରେ ଆଜି ସକାଳେ ନି‌ଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ସଦସ୍ୟଙ୍କ ଗୁଳିଚୋଟରେ କୁକି-ଜୋ ସମ୍ପ୍ରଦାୟର ୩ଜଣ ଆଦିବାସୀ ନିହତ ହୋଇଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ , ସଂଖ୍ୟାଗରିଷ୍ଠ ମେଇତେଇ ସମ୍ପ୍ରଦାୟ ଓ ଆଦିବାସୀ କୁକି ସମ୍ପ୍ରଦାୟ ମଧ୍ୟରେ ମେ ୩ ତାରିଖରୁ ଆରମ୍ଭ ହୋଇଥିବା ଏହି ସଂଘର୍ଷ ଯୋଗୁଁ ଏଯାବତ୍‌ ୧୬୦ ଜଣ ପ୍ରାଣ ହରାଇଲେଣି। କିମାନେ ବସବାସ କରୁଥିବା ଅଞ୍ଚଳରେ ଥିବା ମେଇତେଇମାନଙ୍କ ଘର ପୁନଃଦଖଲ କରିବା ଲାଗି କର୍ଫ୍ୟୁ ଅମାନ୍ୟ କରି ଚୁରାଚାନ୍ଦପୁର-ବିଷ୍ଣୁପୁର ସୀମାନ୍ତରେ ସେନା ବେରିକେଡ୍‌ ଭାଙ୍ଗିବା ପାଇଁ ଉପତ୍ୟକା‌ସ୍ଥିତ ଏକ ସଙ୍ଗଠନଦ୍ବାରା ଉଦ୍‌ବୁଦ୍ଧ ହୋଇ ଆସୁଥିବା ୩୦,୦୦୦ରୁ ଅଧିକ ଜନତାଙ୍କୁ ଅଟକାଇବାକୁ ନିରାପତ୍ତା ବଳ ଉଦ୍ୟମ କରିବା ବ‌େଳେ ୨୮ଜଣ ‌ବ୍ୟକ୍ତି ଆହତ ହୋଇଥିଲେ। ଏହି ଘଟଣାର ଅଳ୍ପ ଦିନ ପରେ ଆଜିର ଗୁଳିକାଣ୍ଡ ଘଟଣା ଘଟିଛି।

Related posts

ଭାରତକୁ ରିହାତି ମୂଲ୍ୟରେ ଅଶୋଧିତ ତୈଳ ଯୋଗାଇବ ଋଷିଆ !

mahabharatanews

୧୭ରେ ଓଡ଼ିଶା ଆସିବେ ହେମା ମାଳିନୀ

mahabharatanews

ଶପଥ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ । ସବୁଠାରୁ ଅଧିକ ସମୟ ପାଇଁ ଥିଲେ ନୀତିଶ, କିନ୍ତୁ ମାତ୍ର ପାଞ୍ଚ ଦିନ ପାଇଁ କିଏ ମୁଖ୍ୟମନ୍ତ୍ରୀ ଥିଲେ? ସମ୍ପୂର୍ଣ୍ଣ ତାଲିକା।

mahabharatanews